Home » KYC: କେୱାଇସି ଅପଡେଟ୍‍ ଆସୁଥିବା ମେସେଜ୍‍ ଗୁଡ଼ିକୁ ଅଣଦେଖା କରିବାପାଇଁ ଓଡିଶା ପୁଲିସ୍‍ ଦେଲେ ସତର୍କ

KYC: କେୱାଇସି ଅପଡେଟ୍‍ ଆସୁଥିବା ମେସେଜ୍‍ ଗୁଡ଼ିକୁ ଅଣଦେଖା କରିବାପାଇଁ ଓଡିଶା ପୁଲିସ୍‍ ଦେଲେ ସତର୍କ

KYC
Share this:

ଭୁବନେଶ୍ଵର: ବର୍ତ୍ତମାନ ଦେଖିବାକୁ ମିଳୁଛି ଉପଭୋକ୍ତାମାନଙ୍କ ନିକଟକୁ ‘ନୋ ଇୟୋର କଷ୍ଟମର’ ବା କେୱାଇସି (KYC- Know Your Customer) ଅପଡେଟ୍‍ କରିବା ପାଇଁ ଆସୁଛି ମେସେଜ୍‍। ଏହି ମେସେଜ୍‍ ଗୁଡ଼ିକୁ ଅଣଦେଖା କରିବାପାଇଁ ଓଡିଶା ପୁଲିସ୍‍ ସତର୍କ କରିଛି। ଏହିଭଳି ସମସ୍ତ ମେସେଜ୍‍ ପ୍ରତି ଧ୍ୟାନ ନଦେବା ତଥା ଏଥିରେ ଥିବା ଅଜ୍ଞାତ ଟେଲିଫୋନ ନମ୍ବରଗୁଡ଼ିକୁ ଫୋନ୍‍ ନ କରିବାକୁ ଓଡ଼ିଶା ପୁଲିସ୍‍ ପକ୍ଷରୁ ଆଜି ଏକ ଟୁଇଟ୍‍ ମାଧ୍ୟମରେ କୁହାଯାଇଛି।

କୌଣସି ସେବାପ୍ରଦାନକାରୀ ସଂସ୍ଥା ଏଭଳି ଏସ୍‍ଏମ୍ଏସ୍‍ (SMS) ପଠାନ୍ତି ନାହିଁ ବା କୌଣସି ନମ୍ବରକୁ ଫୋନ୍‍ କରିବାକୁ ପରାମର୍ଶ ଦିଅନ୍ତି ନାହିଁ। ତେଣୁ ଜନସାଧାରଣ ସତର୍କ ରହି କେୱାଇସି ଅପ୍‍ଡେଟ୍‍ ସଂକ୍ରାନ୍ତୀୟ କୌଣସି ତଥ୍ୟ ଅଜଣା ସ୍ଥାନରେ ନ ଜଣାଇବାକୁ କୁହାଯାଇଛି।

[amazon_auto_links id=”9932″]

Share this: