Home » Mahimalive Odisha » Page 31
railway_odisha-min

IRCTC: ଟ୍ରେନ୍ ଟିକେଟ୍ ବୁକିଂ ନୂଆ ନିୟମ; ଟ୍ରେନ୍ ଛାଡିବା ପାଞ୍ଚ ମିନିଟ୍ ପୂର୍ବରୁ ସିଟ୍ ମିଳିବ

ଭୁବନେଶ୍ୱର: ଯଦି ଆପଣ ଏହି ଦୀପାବଳି କିମ୍ବା ପୂଜାରେ ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଟିକେଟ୍ ବୁକିଂ ପାଇଁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ନୂତନ ନିୟମ ଜାରି କରିଛି। ଏହି ନିୟମ ଅନୁଯାୟୀ, ଟ୍ରେନ୍ ଛାଡିବାର ପାଞ୍ଚ ମିନିଟ୍ ପୂର୍ବରୁ ମଧ୍ୟ ସିଟ ଉପଲବ୍ଧ ହେବ। ଟ୍ରେନ ଛାଡିବାର ଅଧ ଘଣ୍ଟା ପୂର୍ବରୁ ଭାରତୀୟ ରେଳବାଇ ଦ୍ୱିତୀୟ ଚାର୍ଟ ଅଙ୍କନ କରିବ…

Read More
school CBSE

School Reopen: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନେଇ ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ଶୁକ୍ରବାର ଗଣଶିକ୍ଷା ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ପରୀକ୍ଷା ଓ ନାମଲେଖା ପ୍ରକ୍ରିୟା ଜାରି ରହିବ। ପୂର୍ବପରି ଅନ୍‌ଲାଇନ୍‌ କ୍ଲାସ ଚାଲିବ ବୋଲି ଜଣାପଡ଼ିଛି। ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡିସେମ୍ବର ୨ୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ…

Read More
cybercomplex

Cyber Crime: ସାଇବର ଅପରାଧ ମୁକାବିଲା ପାଇଁ ସାଇବର କମ୍ପେକ୍ସ ଉଦ୍‍ଘାଟିତ

ଭୁବନେଶ୍ଵର: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ (Police DG Abhay) ଆଜି ଭୁବନେଶ୍ୱର (Bhubaneswar) ରେ ନବନିର୍ମିତ ସାଇବର କମ୍ପେକ୍ସ (Cyber Complex) ର ଉଦ୍‍ଘାଟନ କରିଛନ୍ତି। କଟକ (Cuttack) ରେ ଅବସ୍ଥାପିତ ସାଇବର ଥାନା ଏବେ ଏଠାରେ ଚାଲିବ। ଏହି ଅବସରରେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଇବର ଅପରାଧ (Cyber Crime) ମୁକାବିଲା ଏବେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ। ସେ କହିଛନ୍ତି ଯେ, ରାଜ୍ୟରେ ଯେଉଁଭଳି ଭାବରେ…

Read More
dharmendra Pradhan

Temple Reopens: ଶ୍ରୀମନ୍ଦିର ସମେତ ଓଡ଼ିଶାର ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣା (Covid-19 Guidelines) କୁ ମାନି ମହାପ୍ରଭୁ ଶ୍ରୀଜଗନ୍ନାଥ (Sri Jagannath) ଙ୍କ ଶ୍ରୀମନ୍ଦିର (Sri Mandira) ସମେତ ଓଡ଼ିଶା (Odisha) ର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢ଼ଙ୍ଗରେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଟ୍ୱିଟ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ର ପେଟ୍ରେଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan )। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି, କାର୍ତିକ ମାସରେ ମହାପ୍ରଭୁ…

Read More
election_odisha

Odisha By-Election: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ, ୩ରେ ମତଦାନ

ଭୁବନେଶ୍ଵର (mahimalive): ରାଜ୍ୟରେ ବାଲେଶ୍ୱର ସଦର (Baleswar Sadar) ଏବଂ ତିର୍ତ୍ତୋଲ (Tirtol) ଉପନିର୍ବାଚନ ଆସନ୍ତା ୩ ତାରିଖରେ ହେବାକୁ ଥିବାବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ହେଉଛି ପ୍ରଚାରର ଶେଷ ଦିନ। ବିଜେଡି, ବିଜେପି ଏବଂ କଂଗ୍ରେସର ତୁଙ୍ଗନେତାମାନେ ପ୍ରଚାର କାର୍ଯ୍ୟ ଜୋର୍‍ଦାର୍‍ କରିଛନ୍ତି। ଚଳିତ ଉପନିର୍ବାଚନରେ ସମ୍ବେଦନଶୀଳ ବୁଥ ଗୁଡ଼ିକରେ ସିସିଟିଭି ବ୍ୟବହାର ହେବ ବୋଲି ନିର୍ବାଚନ କମିଶନରଙ୍କ ତରଫରୁ ଜଣାପଡ଼ିଛି। ଏଥିସହିତ ଭୋଟ୍‍ଗ୍ରହଣ ପୂର୍ବରୁ ପ୍ରତ୍ୟେକ ବୁଥ୍‍କୁ ସାନିଟାଇଜ୍‍ କରାଯିବା ସହ…

Read More
bali jatra

Bali Jatra: ଏ ବର୍ଷ ବାଲି ଯାତ୍ରା ବନ୍ଦ

କଟକ: ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲି ଯାତ୍ରା (Bali Jatra) ଚଳିତ ବର୍ଷ କଟକ (Cuttack) ଠାରେ ଅନୁଷ୍ଠିତ ହେବ ନାହିଁ ବୋଲି କଲେକ୍ଟର ଭବାନୀ ଶଙ୍କର ଚୈନି (Shri BS Chaini) ସୂଚନା ଦେଇଛନ୍ତି। ବର୍ତ୍ତମାନ କୋରନା ଭୂତାଣୁ ପରିସ୍ଥିତିରେ ସ୍ୱାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ୟବସାୟୀମାନେ ଏଥିରେ ଅଂଶଗ୍ରହଣ କରୁଥିବା ହେତୁ ବାଲିଯାତ୍ରା ଚଳାଇବା ସମ୍ଭବ ନୁହେଁ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି। ଏହା ବ୍ୟତୀତ…

Read More
Drinkfor_tapwater-min

Drink From Tap Mission: ଡ୍ରିଙ୍କ ଫ୍ରମ୍‍ ଟ୍ୟାପ୍‍ ଯୋଜନା କଟକରେ ହେବ ଆରମ୍ଭ

Cuttack: ପୁରୀ (Puri) ପରେ କଟକ ସହରରେ (Cuttack City) ଆରମ୍ଭ ହେବାକୁ ଯାଉଛି ‘ଡ୍ରିଙ୍କ ଫ୍ରମ୍‍ ଟ୍ୟାପ୍‍ ଯୋଜନା’(Drink From Tap)। ସହରବାସୀଙ୍କୁ ଟ୍ୟାପ୍‍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଲୋକମାନଙ୍କୁ ଆଉ କୌଣସି ଘରୋଇ ୱାଟର ପ୍ୟୁରିଫାୟର ବ୍ୟବହାର କରିବାକୁ ପଡିବ ନାହିଁ। ସୂଚନାନୁସାରେ ବର୍ତ୍ତମାନ ସମ୍ପୂର୍ଣ୍ଣ କଟକ ସହରରେ ଡ୍ରିଙ୍କ ଫ୍ରମ୍‍ ଟ୍ୟାପ୍‍ ଯୋଜନା ଖୁବ୍‍ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାଦ୍ୱାରା କଟକ ସହରର ପ୍ରାୟ ୬ ଲକ୍ଷରୁ…

Read More
Similipal-National-Park

Similipal: ଆସନ୍ତା ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

Similipal: କରୋନା ମହାମାରୀ କାଳରେ ବନ୍ଦ ଥିବା ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟ (Similipal National Park) ଆସନ୍ତା ମାସନଭେମ୍ବର ୧ ତାରିଖରୁ ପର୍ଯ୍ୟଟକ ମାନଙ୍କ ଲାଗି ଖୋଲିବ। ଶିମିଳିପାଳ ପର୍ଯ୍ୟଟକମାନଙ୍କ ପାଇଁ ସବୁ ସମୟରେ ଆକର୍ଷଣ କେନ୍ଦ୍ରବିନ୍ଦୁ ରହିଆସିଛି। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ସହସ୍ରାଧିକ ପର୍ଯ୍ୟଟକ ଏଠାକୁ ଆସି ଜୀବଜନ୍ତୁଙ୍କ ସହିତ ନଦୀ, ଝରଣା, ଜଳପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥା’ନ୍ତି। ଚଳିତ ବର୍ଷ କୋଭିଡ୍‍ (Covid-19…

Read More
durga_puja

Durga Puja: ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆଜି ମୃଣ୍ମୟୀ ଦେବୀଙ୍କ ବିଜୟା ଦଶମୀ ପାଳିତ

ଭୁବନେଶ୍ଵର: କରୋନା ବିଶ୍ଵମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍‍-୧୯ (Covid-19) ନିୟମାବଳୀ ସହ ଦେବୀ ଦୁର୍ଗାଙ୍କର ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଆଜି ବିଜୟା ଦଶମୀ ପାଳିତ ହେଉଛି। ପୂଜା ପରେ ଧରାପୃଷ୍ଠରୁ ବିଦାୟ ନେବେ ମହା ଦଶଭୁଜା। କରୋନା କଟକଣା ଯୋଗୁଁ ବିନା ଭକ୍ତରେ ମା’ଙ୍କରପୂଜାର୍ଚ୍ଚନା କରାଯାଉଛି। ପୂଜା ମଣ୍ଡପରେ ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ପ୍ରାଚୀନ ଶକ୍ତିପୀଠ ଜୟଦୁର୍ଗାଙ୍କର ଆଜି ସର୍ବସ୍ୱରୂପିଣୀ ବେଶ…

Read More
dillip ray

Coal Scam: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ; ମିଳିଲା ଜାମିନ

ନୂଆଦିଲ୍ଲୀ: ଆଜି ରାୟ ଶୁଣାଇଛନ୍ତି ସ୍ପେଶାଲ ସିବିଆଇ କୋର୍ଟ (CBI Court)। କୋଇଲା ଖଣି ଆବଣ୍ଟନ ଦୁର୍ନୀତି (Coal Scam) ମାମଲାରେ ପୂର୍ବତନ କୋଇଲା ଖଣି ମନ୍ତ୍ରୀ ଦିଲ୍ଲୀପ ରାୟ(Dillip Ray) ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ। ଦିଲ୍ଲୀପ ରାୟଙ୍କ ସହ ଅନ୍ୟ ତିନି ଜଣ ଦୋଷୀଙ୍କୁ ମଧ୍ୟ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା…

Read More
evm

By-Election Odisha: ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର

କଟକ: ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜଗତ୍‍ସିଂହପୁର ଜିଲ୍ଲାର ତିର୍ତ୍ତୋଲ (Tirtol) ଓ ବାଲେଶ୍ୱର ସଦର (Baleshwar  Sadar) ବିଧାନସଭା ଉପନିର୍ବାଚନ ନିମନ୍ତେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ସମସ୍ତଙ୍କ ନଜରରେ ଥିବା ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇଛି। ୩ଟିଯାକ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‍ ପ୍ରଚାର ଜାରି ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

Read More