Odisha Weather Report: ତିନି ଜିଲ୍ଲାରେ ୩୮.୫ ଡିଗ୍ରୀ ଉପରେ ତାପମାତ୍ରା
ଭୁବନେଶ୍ଵର: ରାଜ୍ୟରେ ଗତ କିଛିଦିନ ହେବ ତାପମାତ୍ରା (Temperature) ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ମାଲକାନଗିରି ଏବଂ ରାୟଗଡ଼ାଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀଠାରେ ରାତି ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ଵର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ…
