Nuapada:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡାରେ ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ
ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଆଜି ଦିନିକିଆ ନୂଆପଡା (Nuapada) ଗସ୍ତରେ ଯାଇ ୪ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଖଡ଼ିଆଳ ତିଖାଲିଠାରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ (Tikhali Dam Lower Indra Irrigation Project) କୁ ସେ ଉଦ୍ଘାଟନ କରିଛନ୍ତି। ୧୭ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ୧୩ହଜାର ୪ଶହ…
