ଜୁଲାଇ ୨୯ରେ ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ;ଅଗଷ୍ଟରେ +୨ ରେଜଲ୍ଟ
ଭୁବନେଶ୍ଵର: ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ବୋର୍ଡ ୱେବସାଇଟ ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ। ଏଥିସହିତ ଶ୍ରୀ ଦାଶ କହିଛନ୍ତି ଯେ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଯୁକ୍ତ ଦୁଇ…
