PRARAMBH : କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା “ପ୍ରାରମ୍ଭ” ଯୋଜନା
ଭୁବନେଶ୍ଵର: ଟୁଇନ୍ସିଟି କଟକ (CUTTACK) ଓ ଭୁବନେଶ୍ୱରରେ (BHUBANESWAR) ଅପହରଣ ଓ ନିଖୋଜ ମାମଲାକୁ ରୋକାଯିବା ଲାଗି କମିସନରେଟ୍ ପୁଲିସ (COMMISSIONERATE POLICE) ପକ୍ଷରୁ ଏକ ନୂତନ ଯୋଜନା ‘ପ୍ରାରମ୍ଭ’ର (PRARAMBH) ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱରସ୍ଥିତ କମିସନରେଟ୍ ପୁଲିସର ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ଶୁଭାରମ୍ଭ କରିଛନ୍ତି। ଏଥିଲାଗି ଏକ ସ୍ୱତନ୍ତ୍ର ସହାୟତା ନମ୍ବର ଜାରି କରାଯାଇଛି। ଏହି ନମ୍ବରଟି ହେଲା ୦୬୭୪-୨୫୪୫୪୪୫। ସରକାରୀ କାର୍ଯ୍ୟଦିବସ ଗୁଡ଼ିକରେ ଦିନ…
