Home » Angul News: ଅନୁଗୋଳ ମଦ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ, ୫ ଜଣକୁ କୋର୍ଟ ଚାଲାଣ

Angul News: ଅନୁଗୋଳ ମଦ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ, ୫ ଜଣକୁ କୋର୍ଟ ଚାଲାଣ

arrest_new
Share this:

ବନ୍ତଳା (ମହିମା ଲାଇଭ ବ୍ୟୁରୋ): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ପଥରଗଡ଼ ଗାଁରେ ମଦ ମୃତ୍ୟୁ ଘଟଣାରେ ୪ଜଣଙ୍କ  ମୃତ୍ୟୁ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଜିଲ୍ଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ଅବକାରୀ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଅନୁଗୋଳରେ ମଦ ପିଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସମସ୍ତଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିବାବେଳେ ଅବକାରୀ ଏବଂ ପୁଲିସ ବିଭାଗର ପ୍ରାଥମିକ ତଦନ୍ତ ରିପୋର୍ଟ ବିଭାଗକୁ ଦିଆଯାଇଛି। ଏହି ମାମଲାରେ କୁହାଯାଉଥିବା ଅଭିଯୁକ୍ତ ଠିକାଦାର କାଳିଆ ଦେହୁରୀ ସହିତ ଅନ୍ୟ  ୪ ଜଣ ଅଭିଯୁକ୍ତକୁ ପୁରୁଣାକୋଟ ଥାନା ପୁଲିସ ଗିରଫ କରିଛି। ସେହିପରି କାଳିଆର ଅନ୍ୟ ଜଣେ ସହଯୋଗୀ ମହିଳା ଗୋଲାପ ସାହୁଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ଦଶହରା ଦିନ ପଥରଗଡ଼ ଗାଁରେ ସୁବାସ ସାହୁଙ୍କ ଘରର ଛାତ ପକାଇବା ପାଇଁ ଶ୍ରମିକମାନେ ଯାଇଥିବାବେଳେ ଠିକାଦାର କାଳିଆ ଦେହୁରୀ କାମ ସରିଲା ପରେ ସେମାନଙ୍କୁ ମହୁଲି ମଦ ପିଇବାକୁ ଦେଇଥିଲା। ଏହି ମଦର ବିଷକ୍ରିୟାରୁ ହିଁ ସେହିଦିନ ରାତିରେ ହଠାତ୍ ଦୁଇ ଜଣ ଅନିଲ ପଧାନ ଓ ଟୁକୁନା ପ୍ରଧାନଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଶଶିକାନ୍ତ ଦେହୁରୀ ଓ ପ୍ରମୋଦ ସାହୁଙ୍କ ମୃତ୍ୟୁ ଘଟିଥିଲା।

Also Read | Hathras Case: ହାଥରସ୍ ମାମଲାରେ CBI ପଚାରିଲା ସମସ୍ତ ଚାରି ଅଭିଯୁକ୍ତ ପଳାୟନ ବେଳେ କେହି ଜଣେ ନିହାତି ଦେଖିଥିବେ

Share this: