Home » Weather Report Odisha: ଆସନ୍ତା କାଲିଠାରୁ ବଢିବ ତାପମାତ୍ର, ୬ଟି ସ୍ଥାନର ତାପମାତ୍ରା ୩୯ ଡିଗ୍ରୀ ଉପରେ

Weather Report Odisha: ଆସନ୍ତା କାଲିଠାରୁ ବଢିବ ତାପମାତ୍ର, ୬ଟି ସ୍ଥାନର ତାପମାତ୍ରା ୩୯ ଡିଗ୍ରୀ ଉପରେ

Odisha Temperature Today Updates
Share this:

ଭୁବନେଶ୍ଵର: Weather Report Odisha ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତାକାଲିଠାରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର (Bhubaneswar) ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପ୍ରିଲ୍‍ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ଲାଗି ରହିବ।

ରାଜ୍ୟରେ ଗତକାଲି ମଧ୍ୟ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିଲା। ଅନେକ ଅଞ୍ଚଳରେ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା। ଗତକାଲି ଦୁଇଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‍ସିୟସ୍‍ ଉପରେ ରେକର୍ଡ କରାଯାଇଛି। ଗତକାଲି ରାଜ୍ୟର ୬ଟି ସ୍ଥାନର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିଲା। ବୌଦଠାରେ ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଥିବାବେଳେ ଟିଟିଲାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟରେ ଗତକାଲି ମଧ୍ୟ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିଲା। ଅନେକ ଅଞ୍ଚଳରେ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା। ଗୋପାଳପୁରକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ୩୨ ଡିଗ୍ରୀରୁ ଊର୍ଦ୍ଧ୍ୱରେ ରେକର୍ଡ ହୋଇଛି। ଗୋପାଳପୁରରେ ୩୦.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି। ଆଜି ମଧ୍ୟ ପାଗ ଶୁଖିଲା ରହିବା ସହ ଗରମ ପୂର୍ବଭଳି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Share this:

Leave a Reply

Your email address will not be published. Required fields are marked *