Home » Weather Report: ରାଜ୍ୟରେ ଶୀତ ଲହରୀ ଜାରି, ଆସନ୍ତା ୧୦ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି

Weather Report: ରାଜ୍ୟରେ ଶୀତ ଲହରୀ ଜାରି, ଆସନ୍ତା ୧୦ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି

Weather Report of Odisha
Share this:

ଭୂବନେଶ୍ଵର: ରାଜ୍ୟରେ ଆସନ୍ତା ୧୦ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଥିବା ଜଣାପଡ଼ିଛି।

Flipkart Offer : Get upto 30% off on Best Selling Laptops

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୮ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ୯ଡିଗ୍ରୀ ସେଲସିୟସ୍‍ ଏବଂ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି। କଟକ, ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼ ଆଦି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Also Read | Unlock 7.0: ଡିସେମ୍ବର ମାସ ପାଇଁ କୋଭିଡ୍‍ ନିର୍ଦ୍ଦେଶାବଳୀ ଜାରି

Share this: