Home » Weather Report: ରାଜ୍ୟରେ ଶୀତର ପ୍ରକୋପ ବଢୁଛି

Weather Report: ରାଜ୍ୟରେ ଶୀତର ପ୍ରକୋପ ବଢୁଛି

Weather Report of Odisha
Share this:

ଭୁବନେଶ୍ଵର: ଦିନକୁ ଦିନ ରାଜ୍ୟରେ ଶୀତର ପ୍ରକୋପ ବଢିଚାଲିଛି। ଏଥିସହିତ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସପାଇବାରେ ଲାଗିଛି। ଗତକାଲି ରାଜ୍ୟର ୩ଟି ସହରର ତାପମାତ୍ରା ୧୦ଡିଗ୍ରୀ ସେଲ୍‍ସିୟସ୍‍ରୁ ତଳେ ଥିଲା।

Flipkart Offer : Get upto 30% off on Best Selling Laptops

ସେଥିମଧ୍ୟରୁ ସୋନପୁରରେ ସର୍ବନିମ୍ନ ୮.୮ ଡିଗ୍ରୀ ସେଲ୍‍ସିୟସ୍‍ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୯ ଏବଂ ଫୁଲବାଣୀରେ ୯.୮ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‍ସିୟସ୍‍ରୁ ନିମ୍ନରେ ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରତଥ୍ୟ ଅନୁସାରେ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡାର ପ୍ରଭାବ ଅପରିବର୍ତ୍ତିତ ରହିବ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରୀ ହ୍ରାସ ପାଇଥିବା ଜଣାପଡିଛି।

Also Read | Unlock 7.0: ଡିସେମ୍ବର ମାସ ପାଇଁ କୋଭିଡ୍‍ ନିର୍ଦ୍ଦେଶାବଳୀ ଜାରି

Share this: