ଭୁବନେଶ୍ଵର: ରାଜ୍ୟରେ ସକ୍ରିୟ ଥିବା ମୌସୁମୀ ଆଉ ଦୁଇଦିନ ପର୍ଯ୍ୟନ୍ତ ରହିବ। ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ଆଉ ଦୁଇଦିନ ପରେ ରାଜ୍ୟରୁ ମୌସୁମୀ ଫେରିଯିବ।
ଅକ୍ଟୋବର ୨୮ତାରିଖ ପରେ ପାଗ ସୁଖିଲା ରହିବ ବୋଲି ଭୁବନେଶ୍ୱ ପାଣି ପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମେତ କେନ୍ଦୁଝର, ରାୟଗଡା, ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷାର ସମ୍ଭାବନା ରହିଛି ।
Also Read | PUBG BACK: PUBG ଭାରତକୁ ଫେରି ଆସିବ!


