Home » ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ ନାହିଁ:କେନ୍ଦ୍ର ଆଇନ୍‍ ମନ୍ତ୍ରୀ

ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ ନାହିଁ:କେନ୍ଦ୍ର ଆଇନ୍‍ ମନ୍ତ୍ରୀ

Ravi Shankar Prasad
Share this:

ନୂଆଦିଲ୍ଲୀ: ହାଇକୋର୍ଟ (High Court) ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସମ୍ଭବ ହେଉନାହିଁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସମ୍ଭବ ହେଉନାହିଁ।

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅବଗତ କରାଇପାରୁ ନାହାନ୍ତି। ଫଳରେ ଏ ସମ୍ପର୍କରେ କୌଣସି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁ ନାହିଁ ବୋଲି କେନ୍ଦ୍ର ଆଇନ୍‍ ମନ୍ତ୍ରୀ ରବିଶଙ୍କର ପ୍ରସାଦ (Ravi Shankar Prasad) କହିଛନ୍ତି।

ଶ୍ରୀ ପ୍ରସାଦ କହିଛନ୍ତି ଯେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଯଶୱନ୍ତ ସିଂହ କମିଟି ସୁପାରିଶ ଏବଂ ୨୦୦୦ ମସିହାରେ ସୁପ୍ରୀମକୋର୍ଟଙ୍କ ରାୟ ଅନୁସାରେ ସମ୍ପୃକ୍ତ ରାଜ୍ୟସରକାର, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସହମତିଆବଶ୍ୟକ। ତେବେ ଓଡ଼ିଶାରୁ ଏ ସମ୍ପର୍କୀତ ଯଥାର୍ଥ ରିପୋର୍ଟ ମିଳିନାହିଁ। ବେଞ୍ଚ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ମଧ୍ୟ କେନ୍ଦ୍ର ସରକାରକୁ ଅବଗତ କରାଯାଉ ନାହିଁ। ଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

Also Read | Aadhar: ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ: ରେଜିଷ୍ଟ୍ରାର ଜେନେରାଲ

Share this: