Home » E-Challan:ଏଥର ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ କଲେ ଇ-ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ

E-Challan:ଏଥର ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ କଲେ ଇ-ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ

echallan
Share this:

ଭୂବନେଶ୍ଵର: ବର୍ତ୍ତମାନ  ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ କଲେ ଇ-ଚାଲାଣ (E-Challan) ମାଧ୍ୟମରେ ଜୋରିମାନା ଆଦାୟ କରାଯିବ। ଗତକାଲିଠାରୁ ରାଜ୍ୟରେ ଏହି ନିୟମ ଲାଗୁ କରାଯାଇଛି।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଏ ସଂକ୍ରାନ୍ତରେ ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଦେଶରେ ସଂଶୋଧିତ ମୋଟର ଯାନ ଆଇନ୍‍ ଲାଗୁ ହେବା ପରେ ସବୁଆଡ଼େ ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ କାରୀଙ୍କ ଠାରୁ ଜୋରିଆନା ଆଦାୟ କରାଯାଉଛି। ପ୍ରତ୍ୟକ୍ଷଭାବେ ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା ଆଦାୟ ନେଇ ସମସ୍ୟା ସୃଷ୍ଟି ହେଉଥିବାରୁ ଇ-ଚାଲାଣ ବ୍ୟବସ୍ଥା କରାଯାଇଛି।

ରାଜ୍ୟରେ ଇ-ଚାଲାଣ ନିୟମ ଲାଗୁ ପାଇଁ ପ୍ରଥମ ପର୍ଯ୍ୟାୟରେ ୭ ଶହଟି ଇ-ଚାଲାଣ ପିଓଏସ୍‍ ମେସିନ୍‍ ଦ୍ୱାରା ଜୋରିମାନା ଆଦାୟ କରାଯିବ।

Also Read | New Law: ବାଇକ୍ ଓ କାର ମାଲିକଙ୍କ ପାଇଁ ସରକାର କଲେ ନୂଆ ନିୟମ

[amazon_auto_links id=”9939″]

Share this: