ଭୁବନେଶ୍ଵର: Solar Eclipse 2022 Odisha ଓଡ଼ିଶାରେ ଆସନ୍ତା କାଲି ସୋମବାର ଦୀପାବଳି (Diwali) ଅମାବାସ୍ୟା ପାଳନ କରାଯିବ। ସେହିପରି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଆସନ୍ତା କାଲି ଦୀପାବଳି ଅମାବାସ୍ୟା ନୀତି ପାଳନ କରାଯିବ। ଏଥିସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠିଜଳନ, କାଳୀପୂଜା ଓ ଦୀପଦାନ କରାଯିବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ୨୫ ଅକ୍ଟୋବର ମଙ୍ଗଳବାର ଦିନ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ (Solar Eclipse) ପଡୁଥିବାରୁ ଶ୍ରୀମନ୍ଦିରରେ ଆସନ୍ତାକାଲି ଏହି ନୀତି ପାଳିତ ହେବ। ଶ୍ରୀମନ୍ଦିର ସମ୍ମୁଖ ସହ ମଙ୍ଗୁମଠ ଓ ମା’ କାକୁଡ଼ିଖାଇଙ୍କ ମନ୍ଦିର ନିକଟରେ କାଉଁରିଆ ଜଳାଇବା ପାଇଁ ଅନୁମତି ଦିଆଯାଇଛି। ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ଉତ୍ତରଦ୍ୱାର ନିକଟରେ ଶ୍ରାଦ୍ଧ କରିପାରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନା ଅନୁସାରେ ମଙ୍ଗଳବାରଦିନ ଅପରାହ୍ଣ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ସଂଧ୍ୟା ୬ଟା ୨୬ମିନିଟ୍ ୫୨ସେକେଣ୍ଡରେ ମୋକ୍ଷପ୍ରାପ୍ତ ହେବ। ଏଥିପାଇଁ ମଙ୍ଗଳବାର ଭୋର୍ ୪ଟା ୫୭ ମିନିଟ୍ରୁ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିଛି। ଛତିଶାନିଯୋଗ ବୈଠକ ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ସୋମବାର ରାତି ୧୨ଟାରେ ଦ୍ୱାର ଫିଟାଯାଇ ଠାକୁରଙ୍କର ଦେବନୀତି ଆରମ୍ଭ ହେବ। ସାଢ଼େ ୨ଟାରୁ ୩ଟା ମଧ୍ୟରେ ସକାଳ ଧୂପ ଏବଂ ୪ଟା ୫୫ରେ ଭୋଗମଣ୍ଡପ ନୀତି ଶେଷ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅପରାହ୍ଣରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହୋଇ ଠାକୁରଙ୍କୁ ଗ୍ରହଣ ଭୋଗ ଲାଗି ହେବ।
ସେହିପରି ସୂର୍ଯ୍ୟୋପରାଗ (Solar Eclipse 2022 Odisha) ପାଇଁ ମଙ୍ଗଳବାରକୁ ଓଡ଼ିଶା ସରକାର ଛୁଟି ଘୋଷଣା କରିଛନ୍ତି। ଏହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସଂସ୍ଥା ବନ୍ଦ ରହିବ।
ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଦୀପାବଳି ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହେଉଛି। କଟକ ଓ ଭୁବନେଶ୍ୱରରେ ଦୀପାବଳି ଦିନ ବାଣ ଫୁଟାଇବା ପାଇଁ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରାଯାଇଛି। ତେବେ ବିସ୍ଫୋରକ କିମ୍ବା କୌଣସି ରାସାୟନିକ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। କିନ୍ତୁ ଜନଗହଳି ସ୍ଥାନରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବା ଉପରେ କଟକଣା ରହିଛି।
Read Also
- Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ

- Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ

- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ


