ନୂଆଦିଲ୍ଲୀ: Celebrates Diwali in Kargil ଦୀପାବଳି ଉତ୍ସବକୁ ସଶସ୍ତ୍ର ସେନା ବାହିନୀ ସହିତ ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୀପାବଳିକୁ କାରଗିଲ୍ (Celebrates Diwali in Kargil) ଠାରେ ଥିବା ସେନା ମାନଙ୍କ ସହିତ ପାଳନ କରିଛନ୍ତି।
ସାହସୀ ଯବାନ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , କାରଗିଲ୍ର ମାଟି ପ୍ରତି ସମ୍ମାନ ତାଙ୍କୁ ସର୍ବଦା ସଶସ୍ତ୍ର ବାହିନୀର ସାହସୀ ପୁଅ ଓ ଝିଅ ମାନଙ୍କ ପ୍ରତି ଆକର୍ଷିତ କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ଷ ବର୍ଷ ଧରି ଆପଣ ମାନେ ମୋ ପରିବାରର ଏକ ଅଂଶ ହୋଇ ରହି ଆସିଛନ୍ତି। ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, ଯବାନ ମାନଙ୍କର ଉପସ୍ଥିତିରେ ଦୀପାବଳିର ମଧୁରତା ବୃଦ୍ଧି ପାଇଥାଏ ଏବଂ ସେମାନଙ୍କ ମଧ୍ୟରେ ରହିଥିବା ଦୀପାବଳିର ଆଲୋକ ସେମାନଙ୍କର ଉତ୍ସାହକୁ ଅଧିକରୁ ଅଧିକୁ କରିଥାଏ। ଗୋଟିଏ ପକ୍ଷରେ, ମାତୃଭୂମି ପ୍ରତି ଭଲ ପାଇବା ରହିଥିବା ବେଳେ, ଅନ୍ୟ ପକ୍ଷରେ ସାହସୀ ଯବାନ ମାନେ ଏଠାରେ ଅଛନ୍ତି। ମୁଁ ଅନ୍ୟ କୌଣସି ସ୍ଥାନରେ ଏପରି ଦୀପାବଳି ଆଶା କରି ନଥାଏ ”। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଆମର ପରମ୍ପରା ତଥା ସଂସ୍କୃତିର ଏକ ଅଂଶ ହୋଇଥିବା ସାହସ ଏବଂ ସାହସିକତାର ଊତ୍ସବ ଭାରତ ଆନନ୍ଦ ସହକାରେ ପାଳନ କରେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି କାରଗିଲ୍ର ବିଜୟ ଭୂମିରୁ, “ ମୁଁ ଭାରତ ତଥା ସାରା ବିଶ୍ୱର ସମସ୍ତଙ୍କୁ ଦୀପାବଳି ଉତ୍ସବ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।”
ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ, ପାକିସ୍ତାନ ବିରୋଧରେ ଏପରି କୌଣସି ଯୁଦ୍ଧ ହୋଇ ନାହିଁ ଯେତେବେଳେ କାରଗିଲ୍ ବିଜୟୀ ହେବା ପରେ ତ୍ରିରଙ୍ଗା ପତାକାକୁ ସେଠାରେ ଉଡାଇ ନାହିଁ। ଆଜିର ଦୁନିଆରେ ଭାରତର ଇଚ୍ଛା ବିଷୟରେ ପ୍ରଧାନମନ୍ତ୍ରୀ ଟିପ୍ପଣୀ କରି କହିଥିଲେ ଯେ, ଆଲୋକର ପର୍ବ ବର୍ତ୍ତମାନ ସମୟର ଭୂ – ରାଜନୈତିକ ଦୃଶ୍ୟପଟ୍ଟରେ ଶାନ୍ତି ଏବଂ ସମୃଦ୍ଧତାର ପଥକୁ ଆଲୋକିତ କରିବ । ଦୀପାବଳି ପର୍ବର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଏହା ହେଉଛି ଆତଙ୍କବାଦ ଶେଷ ହେବାର ପର୍ବ।” ଦୀପାବଳି ପର୍ବକୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ କାରଗିଲ୍ ଠିକ୍ ସେହିପରି କରିଥିଲା ଏବଂ ସେହି ବିଜୟର ଉତ୍ସବକୁ ଆଜି ମଧ୍ୟ ସ୍ମରଣ କରା ଯାଇଥାଏ।”
ପ୍ରଧାନମନ୍ତ୍ରୀ ମନେ ପକାଇ ଥିଲେ ଯେ, ସେ କାରଗିଲ୍ ଯୁଦ୍ଧର ସାକ୍ଷୀ ଥିଲେ ଏବଂ ସେ ଏହି ଯୁଦ୍ଧକୁ ଅତି ନିକଟରୁ ଦେଖିଥିଲେ। ଯେତେବେଳେ ସେ ଯୁଦ୍ଧ ସମୟରେ ଶତ୍ରୁ ମାନଙ୍କୁ ଉପଯୁକ୍ତ ଯବାକ ଦେଉଥିବା ଯବାନ ମାନଙ୍କ ସହିତ ସମୟ ବିତାଇବାକୁ ଏଠାକୁ ଆସିଥିଲେ ସେତେବେଳ ସମୟର ପ୍ରଧାନମନ୍ତ୍ରୀଙ୍କର ୨୩ ବର୍ଷ ପୁରୁଣା ଫଟୋଗ୍ରାଫ ଗୁଡିକରର ସଂରକ୍ଷଣ କରି ରଖିବା ତଥା ତାହାକୁ ପ୍ରଦର୍ଶନ କରିଥିବା ଯୋଗୁଁ ସେ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଥିଲେ ଯେ, “ଜଣେ ସାଧାରଣ ନାଗରିକ ଭାବରେ ମୋର କର୍ତ୍ତବ୍ୟ ପଥ ମୋତେ ଯୁଦ୍ଧ କ୍ଷେତ୍ରକୁ ନେଇ ଯାଇଥିଲା।” ପ୍ରଧାନମନ୍ତ୍ରୀ ଏହା ମଧ୍ୟ ମନେ ପକାଇଥିଲେ ଯେ, ସେ ଦେଶବାସୀ ମାନଙ୍କ ଦ୍ୱାରା ଏକତ୍ରିତ କରା ଯାଇଥିବା ସାମଗ୍ରୀ ଏଠାକୁ ନେଇ ଆସିଥିଲେ ଏବଂ ଏହା ତାଙ୍କ ପାଇଁ ପୂଜାର ମୁହୂର୍ତ୍ତ ଥିଲା ବୋଲି ସେ କହିଥିଲେ। ସେହି ସମୟର ବାତାବରଣ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଏହା ଆହ୍ୱାନ ଥିଲା ଯେ, ସେ ନିଜର ମନ, ଶରୀର ଏବଂ ଆତ୍ମାକୁ ଏହି ଉଦ୍ଦେଶ୍ୟ ନିମନ୍ତେ ସମର୍ପିତ କରନ୍ତୁ, ଏବଂ ବିଜୟର ଆନନ୍ଦ ଆମ ଚାରିପାଖରେ ପ୍ରାଣ ଭରି ଦେଇଥିଲା।
Read Also
- Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ

- Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ

- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ



