ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୧୧୫୦ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା୨୬ ହଜାର ୮୮୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୯୦ ଜଣ, ଖୋର୍ଦ୍ଧାରୁ ୧୯୭ ଜଣ, ରାୟଗଡାରୁ ୧୨୧ ଜଣ,ସୁନ୍ଦରଗଡରୁ ୭୬ ଜଣ, ଯାଜପୁର ଜିଲ୍ଲାରୁ ୪୭ ଜଣ, କୋରାପୁଟରୁ ୪୫ ଜଣ,କଟକ ରୁ ୪୪ ଜଣ,ପୁରୀ ରୁ ୪୦ ଜଣ,ନୟାଗଡ ରୁ ୩୫ ଜଣ, କେଉଁଝର ଜିଲ୍ଲାରୁ ୩୩ ଜଣ , ବାଲେଶ୍ଵର ଓ କଳାହାଣ୍ଡି ରୁ ୨୫ଜଣ ଲେଖାଏଁ , ମୟୁରଭଞ୍ଜ ଜିଲ୍ଲାରୁ ୨୪ ଜଣ, ସମ୍ବଲପୁରରୁ୨୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨୨ଜଣ, ଭଦ୍ରକ ଜିଲ୍ଲାରୁ ୧୫ ଜଣ ,କନ୍ଧମାଳରୁ ୧୪ ଜଣ , ଜଗତସିଂପୁର ଓ କେନ୍ଦ୍ରାପଡ଼ା ରୁ ୧୧ ଜଣ ଲେଖାଏଁ , ମାଲକାନଗିରି ଜିଲ୍ଲା ରୁ ୧୦ ଜଣ, ନୂଆପଡ଼ାରୁ ୮ ଜଣ,ବରଗଡ଼ ରୁ ୭ ଜଣ ,ଢେଙ୍କାନାଳ ରୁ ୬ ଜଣ ଏବଂ ଅନୁଗୋଳ ଓ ସୋନପୁର ରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।
ଓଡ଼ିଶାରେ ଆଜି ୧୦କରୋନା ଆକ୍ରାନ୍ତ ମୃତଙ୍କ ସହିତ ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି ପାଇଛି।



