Home » JEE Advanced 2020:ଜେଇଇ ଆଡଭାନ୍ସ ଏନଟ୍ରାନ୍ସ ପରୀକ୍ଷା ଫଳ ପ୍ରକାଶିତ

JEE Advanced 2020:ଜେଇଇ ଆଡଭାନ୍ସ ଏନଟ୍ରାନ୍ସ ପରୀକ୍ଷା ଫଳ ପ୍ରକାଶିତ

iit
Share this:

ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସ ୨୦୨୦ (JEE Advanced) ଏନଟ୍ରାନ୍ସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଜେଇଇ ଆଡଭାନ୍ସ ୱେବ୍‍ସାଇଟ୍‍କୁ ଯାଇ ୟୁଜର ଆଇଡି (User Id) ଏବଂ ପାସୱାର୍ଡ (Password) ଲଗ୍‍ଇନ୍‍ କରି ପରୀକ୍ଷାଫଳ ଦେଖିପାରିବେ ବୋଲି ଆଇଆଇଟି ଦିଲ୍ଲୀ (IIT Delhi) ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,ଜେଇଇ ଆଡଭାନ୍ସ ପରୀକ୍ଷାଦେବାପାଇଁ ସାରା ଦେଶରେ ୧ ଲକ୍ଷ ୫୦ ହଜାର ୮୩୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୪୩ ହଜାର ୨୦୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାରୁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ଆସନ୍ତା କାଲିଠାରୁ ନଭେମ୍ବର ୯ ତାରିଖ ସୁଦ୍ଧା କାଉନ୍‍ସେଲିଂ (Counselling) ରେ ଅଂଶଗ୍ରହଣ କରିପାରିବେ।

ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଜେଇଇ ଆଡଭାନ୍ସ ୱେବ୍‍ସାଇଟ୍‍ http://result.jeeadv.ac.in/ ଯାଇ ସେମାନଙ୍କର ରୋଲ୍ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ସେମାନେ ସେମାନଙ୍କର ସ୍କୋରକାର୍ଡ ଏବଂ ରାଙ୍କ୍ କାର୍ଡ ଡାଉନଲୋଡ୍ କରିପାରିବେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଂକ  ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ର-ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Also Read : Unlock 5.0 Guidelines Education: ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସର୍ତ୍ତାବଳୀ

Share this: