Home » Bhubaneswar Petrol Pump Fire: ଭୁବନେଶ୍ଵର ପେଟ୍ରୋଲ ପମ୍ପରେ ବୃହତ ଅଗ୍ନିକାଣ୍ଡ

Bhubaneswar Petrol Pump Fire: ଭୁବନେଶ୍ଵର ପେଟ୍ରୋଲ ପମ୍ପରେ ବୃହତ ଅଗ୍ନିକାଣ୍ଡ

petrol-pump-fire
Share this:

ଭୁବନେଶ୍ଵର: ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ୫ ଟି ଦମକଳ ଗାଡି ନିଆଁ ନିଭାଇବାରେ ଲାଗିଛନ୍ତି। ଦୂରକୁ ନିଆଁ ଜଳୁଥିବାର ଦେଖାଯାଉଛି। ପୋଲିସ ପେଟ୍ରୋଲ ପମ୍ପ ନିକଟରୁ ଜନସାଧାରଣକୁ ଦୂରକୁ ଯିବାକୁ ଅନୁରୋଧ କରିଛନ୍ତି। ବିସ୍ପୋରଣ ଶବ୍ଦ ପ୍ରାୟ ୨ କିଲୋମିଟର ଦୂରକୁ ଶୁଭିଥିଲା।

ଘଟଣା ସମୟରେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ପ୍ରାୟ ୫୦ ରୁ ଉର୍ଦ୍ଧ ଲୋକ ଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ଏହି ଘଟଣାରେ  କେହି ମୃତାହତ ହୋଇଥିବାର ଖବର ମିଳିପାରିନାହିଁ। ଘଟଣାସ୍ଥଳରେ ଅନେକ ଗାଡ଼ି ପଡ଼ିରହିଥିବା ଦେଖାଯାଇଛି।

Share this: