Home » Kabul News: କାବୁଲ ବିଶ୍ୱବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ୧୯ ଜଣ ଛାତ୍ର ନିହତ

Kabul News: କାବୁଲ ବିଶ୍ୱବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ୧୯ ଜଣ ଛାତ୍ର ନିହତ

kabul
Share this:

କାବୁଲ: ଆଫଗାନିସ୍ତାନ (Afghanistan) ର ରାଜଧାନୀ କାବୁଲ (Kabul) ରେ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ କରିଥିଲେ। କାବୁଲ ବିଶ୍ୱବିଦ୍ୟାଳୟରେ ପୁସ୍ତକ ମେଳା (Book Fair) ରେ ପ୍ରବେଶ କରିଥିବା ତିନିଜଣ ବନ୍ଧୁକଧାରୀ ଛାତ୍ରଛାତ୍ରୀଙ୍କ ଉପରେ ଗୁଳି ବିନିମୟ ଆରମ୍ଭ କରିଥିଲେ। ଖବର ଅନୁଯାୟୀ ଏହି ଆକ୍ରମଣରେ ୧୯ ଜଣ ଛାତ୍ର ପ୍ରାଣ ହରାଇଛନ୍ତି ଓ ୧୨ ଜଣ ଆହତ ହୋଇଛନ୍ତି। ସୁରକ୍ଷା ବାହିନୀଙ୍କ ପାଲଟା ଆକ୍ରମଣରେ ତିନି ଆତଙ୍କବାଦୀ ନିହତ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟର ଉତ୍ତର ଫାଟକରେ ବିସ୍ଫୋରଣ ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଭିତରେ ଫସି ରହିଥିବା ଛାତ୍ରମାନଙ୍କୁ ବାହାରକୁ କାଢି ଦେଇଥିଲେ। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୋଣସି ସଂଘଠନ ନିଜୁ ଦାୟୀ କରିନାହାଁନ୍ତି।

Share this: