Home » Black Panthar ଅଭିନେତା ଚାଡୱିକ୍ ବୋସମାନ୍ 43 ବର୍ଷ ବୟସରେ ମୃତ୍ୟୁ,କ୍ୟାନସରରେ ଥିଲେ ପୀଡ଼ିତ

Black Panthar ଅଭିନେତା ଚାଡୱିକ୍ ବୋସମାନ୍ 43 ବର୍ଷ ବୟସରେ ମୃତ୍ୟୁ,କ୍ୟାନସରରେ ଥିଲେ ପୀଡ଼ିତ

Black panther
Share this:

ଲସଆଂଜେଲସ :ବ୍ଲାକ୍ ପାନ୍ଥର୍( Black Panther )ର  ଆକ୍ଟର  ଚାଡୱିକ୍ ବୋସମାନ୍ ( Chadwick Boseman )ଙ୍କ  କର୍କଟ କାରଣରୁ ଶନିବାର ୪୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଚାଡୱିକ୍ ୪ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରୁଥିଲେ। ଜୀବନର ଶେଷ ମୁହୂର୍ତ୍ତରେ ଅଭିନେତାଙ୍କ ପତ୍ନୀ ଏବଂ ପରିବାର ତାଙ୍କ ସହ ଥିଲେ।

ସୁପରଷ୍ଟାର ଅଭିନେତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏହା ବିବୃତ୍ତିରେ ଲେଖା ହୋଇଛି, ଜଣେ ପ୍ରକୃତ ଯୋଦ୍ଧା, ଚାଡୱିକ୍ ତାଙ୍କ ସଂଗ୍ରାମ ମାଧ୍ୟମରେ ଆପଣଙ୍କୁ ସମସ୍ତ ଚଳଚ୍ଚିତ୍ର ଆଣିଥିଲେ, ଯାହାକୁ ଆପଣ ବହୁତ ଭଲ ପାଉଥିଲେ। ପରିବାର କହିଛନ୍ତି ଯେ ଚାଡୱିକ୍ ଗତ ୪ ବର୍ଷ ମଧ୍ୟରେ ଅନେକ ଚଳଚ୍ଚିତ୍ରର ସୁଟିଂ କରିଥିଲେ ଏବଂ ଏହିସବୁ ତାଙ୍କର ଅନେକ ଅସ୍ତ୍ରୋପଚାର ଏବଂ କେମୋଥେରାପି ( Chemotherapy )ମଧ୍ୟରେ କରାଯାଇଥିଲା।  ପରିବାର ଏହା ମଧ୍ୟ କହିଛନ୍ତି ଯେ ବ୍ଲାକ୍ ପାନ୍ଥର୍ ଚଳଚ୍ଚିତ୍ରରେ କିଙ୍ଗ ଟି’ଚାଲା( T’Challa )ଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଗର୍ବର ବିଷୟ ଥିଲା।

Share this: