ଓଡ଼ିଶାରେ କୋଇଲା ଖଣି ନିଲାମକୁ ବିରୋଧ
ଭୁବନେଶ୍ୱର: ଜାତୀୟ ସମ୍ପଦ ରୂପେ ଗଚ୍ଛିତ ଥିବା ୪୧ଗୋଟି କୋଇଲା ଖଣିକୁ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ମାଲିକାନାରେ ହସ୍ତାନ୍ତର କରିବା ଉଦ୍ଦେଶ୍ୟରେ ନିଲାମ ଘୋଷଣା ଅଗଣତାନ୍ତ୍ରିକ, ଜନ ବିରୋଧୀ।ଏହା ଦ୍ୱାରା ପ୍ରାକୃତିକ ସମ୍ପଦର ଲୁଟ ହେବା ସହ ପରିବେଶ କ୍ଷତି ହେବ ଏବଂ ଓଡ଼ିଶାରେ ଅତି କମରେ ୧୫ ହଜାର ପରିବାର ବିସ୍ଥାପିତ ହେବେ ବୋଲି ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି ନିଲାମ ପ୍ରକ୍ରିୟା ମଧ୍ୟ ଭର୍ଚୁଆଲ…
