Home » Virtual Summit: ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

Virtual Summit: ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

modi bettel
Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ଏବଂ ଲକ୍ସେମବର୍ଗ (Luxembourg) ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲ (Xavier Bettel) ଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ ଉତ୍ସର୍ଗୀକୃତ ସମ୍ମିଳନୀ। ଉଭୟ ନେତା କୋଭିଡ (Covid-19) ପରବର୍ତ୍ତୀ ବିଶ୍ଵରେ ଭାରତ-ଲକ୍ସେମବର୍ଗ ସହଯୋଗକୁ ମଜବୁତ କରିବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବା ନେଇ ଆଲୋଚନା କରିବେ। ପାରସ୍ପରିକ ସ୍ୱାର୍ଥ ଥିବା ଅନ୍ତର୍ଜାତୀୟ ତଥା ବିଶ୍ଵ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବେ।

ନିକଟ ଅତୀତରେ ଉଭୟ ଭାରତ ଏବଂ ଲକ୍ସେମବର୍ଗ ଉଚ୍ଚ ସ୍ତରୀୟ ଆଲୋଚନା ଜାରି ରଖିଛନ୍ତି। ଦୁଇ ପ୍ରଧାନମନ୍ତ୍ରୀ ପୂର୍ବରୁ ତିନିଥର ସାକ୍ଷାତ କରିଛନ୍ତି।

Also Read| ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *