Home » Breaking News » Page 65
malkangiri_Bsf

Malkangiri News: ସୁରକ୍ଷାକର୍ମିଙ୍କ ଦ୍ଵାରା ବହୁ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଓରାପଦର ଓ ଅଣ୍ଡ୍ରାପାଲ୍ଲୀ (Arapadar-Andrapalli) ଗ୍ରାମ ନିକଟରୁ ଆଜି ସୁରକ୍ଷାକର୍ମିମାନେ ବହୁ ମାତ୍ରାର ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି। ସ୍ୱାଭିମାନ ଅଂଚଳର ଓରାପଦର ଓ ଅଣ୍ଡ୍ରାପାଲ୍ଲୀ ଅଂଚଳରେ ଏସଓଜି, ଡିଭିଏଫ ଓ ବିଏସଏଫ ଜବାନମାନେ ମିଳିତ ଭାବେ ଅପରେସନ କରୁଥିବା ବେଳେ ଏକ ସୂଚନା ମିଳିଥିଲା। ପରେ ସୁରକ୍ଷାକର୍ମିମାନେ ସଂପୃକ୍ତ ଅଂଚଳରେ ତଲାସୀ କରି ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଲୁଚାଇ ରଖାଯାଇଥିବା…

Read More
vigilance

Vigilance: ବରିଷ୍ଠ କିରାଣୀ ଏବଂ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ଵର: ଆଜି ରାଜ୍ୟର ଏକ ସମୟରେ ୨ଟି ସ୍ଥାନରେ ଭିଜିଲାନ୍ସ (Vigilance) ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ପ୍ରଥମ ଘଟଣାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ (Bhubaneswar Sub-Collector Office) ର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ରାଜନଗରର ପୈତୃକ ଘର, ଭୁବନେଶ୍ୱର କାର୍ଯ୍ୟାଳୟ ଓ ସୁନ୍ଦରପଦା ଘରେ ଚଢ଼ାଉ କରାଯାଇଛି। ସେହିପରି ଦ୍ଵିତୀୟ ଘଟଣାରେ…

Read More
Weather Report of Odisha

Weather Report Odisha: ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ

ଭୁବନେଶ୍ଵର: ରାଜ୍ୟରେ ପାଣିପାଗର ପରିବର୍ତ୍ତନ ଘଟି ଧୀରେ ଧୀରେ ଶୀତ ବଢୁଥିବାରଜଣାପଡିଛି। ଗତ କିଛିଦିନ କେତେକ ସ୍ଥାନରେ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମ୍‍ ରହିଥିଲା। କିନ୍ତୁ ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରୀ ସେଲସିୟସ ରେକର୍ଡ କରଯାଇଥିବାବେଳେ ଅନୁଗୋଳରେ ୧୫, ଫୁଲବାଣୀ, ଦାରିଙ୍ଗିବାଡି ଏବଂ ରାୟଗଡାରେ ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ବାଲେଶ୍ୱରରରେ ସର୍ବାଧିକ ତାପମାତ୍ରା ୩୩.୪ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। Also Read | Odisha Covid-19:…

Read More
PMMODI2

Cuttack: ଆତଙ୍କରାଜ ଶେଷ ହୋଇ ଦେଶର ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ପାରଦର୍ଶୀ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

ଆୟକର ଟିକସ ଆପିଲେଟ ଟ୍ରିବ୍ୟୁନାଲ (Income Tax appellate Tribunal-ITAT) ର କଟକ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ (PM Modi)। ଏହି  ଅବସରରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଆଜି ଟିକସ ଆତଙ୍କବାଦରୁ ଟିକସ ସ୍ୱଚ୍ଛତାରେ ପହଞ୍ଚିଛି। ସରକାରଙ୍କର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ ଆଭିମୁଖ୍ୟ କାରଣରୁ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରଯୁକ୍ତି (Technology) ସହାୟତାରେ ନିୟମ ଏବଂ ପ୍ରକ୍ରିୟାରେ…

Read More
National-Institute-of-Ayurveda

PM Modi: ଆସନ୍ତା ୧୩ ତାରିଖରେ ଦୁଇଟି ଆୟୁର୍ବେଦିକ ପ୍ରତିଷ୍ଠାନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖ ଦିନ ଜାମନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ITRA) ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (NIA) ର  ଉଦଘାଟନ କରିବେ। ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟିତ ହେବାକୁ ଥିବା ଏହି ଦୁଇଟି ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ଵକୁ ନେତୃତ୍ଵ ଦେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଧନ୍ଵନ୍ତରୀ ଜୟନ୍ତୀକୁ ୨୦୧୬ରୁ ଆୟୁର୍ବେଦ ଦିବସ ଭାବେ…

Read More
pm-modi_ekta diwas

Bihar Election: ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ରାଲି କରିଥିଲେ, ସେହି ଆସନଗୁଡ଼ିକର ଫଳାଫଳ କିପରି ଅଛି ?

ପାଟନା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏନଡିଏ (NDA) ୨୪୩ ବିଧାନସଭା ଆସନରୁ ୧୨୫ଟି ଆସନ ଜିତିଛି। ଆରଜେଡି(RJD) ର ମହାମେଣ୍ଟକୁ ୧୧୦ଟି ସିଟ୍ ମିଳିଛି। ବିଜେପି ୭୪ ଟି, ବିକାଶ ଇନସାନ ପାର୍ଟିରେ ୪ଟି, ଜେଡିୟୁରେ ୪୩ ଟି ସିଟ୍ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପାଇଁ ୪ ଟି ସିଟ୍ ପାଇଛି। ଆରଜେଡିରେ ୭୫ ଟି ସିଟ୍, କଂଗ୍ରେସ ୧୯ଟି ସିଟ୍, ସିପିଆଇ ପୁରୁଷ ୧୨ ଟି ସିଟ୍, ସିପିଆଇ ଏବଂ…

Read More
LAC_new

LAC: ଭାରତ ଏବଂ ଚୀନ୍ ସୀମାରେ କମିବ ଉତ୍ତେଜନା, ତିନିଟି ପର୍ଯ୍ୟାୟରେ ସେନା ପ୍ରତ୍ୟାହାର କରିବେ ଉଭୟ ଦେଶ

ଲଦାଖ: ଭାରତ (India) ଏବଂ ଚୀନ୍ (China) ମଧ୍ୟରେ ଚାଲିଥିବା LAC ରେ ଉତ୍ତେଜନାକୁ ଶେଷ କରିବାକୁ ଚୁକ୍ତି କରାଯାଇଛି। ପୂର୍ବ ଲଦାଖ (ladakh)ର ପାଇଗୋଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଭାରତ ଏବଂ ଚୀନ୍ ୩ ଦିନ ପାଇଁ ଦୈନିକ ୩୦% ସୈନ୍ୟ ପ୍ରତ୍ୟାହାର କରିବେ। ତିନି ପର୍ଯ୍ୟାୟରେ ସୈନ୍ୟମାନେ ଫେରିବେ। ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶର ସୈନିକ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ନିୟୋଜିତ ସ୍ଥାନକୁ ଫେରିବେ।…

Read More
arnab_goswami-min

Arnab Goswami Case: ସୁପ୍ରିମକୋର୍ଟରୁ ମିଳିଲା ଅର୍ଣ୍ଣବଙ୍କୁ ଜାମିନ, ତୁରନ୍ତ କାର୍ଯ୍ୟକାରୀ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ ରିପବ୍ଲିକ୍ ଟିଭି (Republic TV) ର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ (Arnab Goswami) ଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଏକ ବେଞ୍ଚ ଅର୍ଣ୍ଣବ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ବଣ୍ଡରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୋର୍ଟ ପୋଲିସ କମିଶନରଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଅର୍ଣ୍ଣବଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ…

Read More
Odisha Assembly Byelection

Odisha Bypoll: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ

ଭୁବନେଶ୍ଵର: ବହୁଚର୍ଚ୍ଚିତ ରାଜ୍ୟରେ ଅନୁଷ୍ଠିତ ବାଲେଶ୍ୱର ସଦର  (Balasore Sadar) ଓ ତିର୍ତ୍ତୋଲ (Tirtol) ବିଧାନସଭା ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ (BJD) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂ କୁମାର ଦାସ ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି। ବାଲେଶ୍ୱରରୁ ବିଜେଡ଼ି ପ୍ରାର୍ଥୀ ସ୍ୱରୂ କୁମାର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପି…

Read More
Weather Report of Odisha

Weather Report: ରାଜ୍ୟରେ ହେଉଛି ଶୀତ ଅନୁଭୂତ, ସୋନପୁର ସବୁଠୁ ଥଣ୍ଡା ସହର

ଭୁବନେଶ୍ଵର: ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହୋଇ ଶୀତ ଅନୁଭୂତ ହେବା ପରିଲକ୍ଷିତ ହୋଇଛି। ଆଜି ୬ଟି ସହରର ତାପମାତ୍ରା ୧୨ ଡିଗ୍ରୀ ସେଲ୍‍ସିଅସ୍‍ ତଳେ ରହିଥିବା ବେଳେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ୍‍ ରହି ଆଜି ବି ରାଜ୍ୟର ସବୁଠୁ ଥଣ୍ଡା ସହର ରୂପେ ପରିଗଣିତ ହୋଇଛି। ଦାରିଙ୍ଗବାଡ଼ି ୯.୫, ଫୁଲବାଣୀ ୯.୮, କୋରାପୁଟ ୧୦.୬ ଡିଗ୍ରୀ, ଅନୁଗୁଳ ୧୦.୮, ଭବାନୀପାଟଣାରେ ତାପମାତ୍ରା ୧୧ ଡିଗ୍ରୀ, କଟକରେ ୧୬.୪ ଓ ଭୁବନେଶ୍ୱରରେ ତାପମାତ୍ରା ୧୭.୪…

Read More
pmmodi-mahimalive

ITAT: ଆସନ୍ତାକାଲି ଆଇଟିଏଟି କଟକ ବେଞ୍ଚର କାର୍ଯ୍ୟାଳୟ, ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

କଟକ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଆୟକର ଆପିଲେଟ ଟ୍ରିବ୍ୟୁନାଲ (ITAT) ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କରିବେ। ଏ ସମ୍ପର୍କରେ ଆଜି ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି. ଭଟ୍ଟ ବିସ୍ତୃତ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ITAT) ର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ନଭେମ୍ବର ୧୧ ତାରିଖ, ୨୦୨୦ ଅପରାହ୍ଣ ସାଢ଼େ ଚାରିଟା ସମୟରେ…

Read More