Odisha School New Session: ଶିକ୍ଷାବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପଢ଼ାଯିବ ପୂର୍ବ କ୍ଲାସ୍ର ପାଠ
ଭୁବନେଶ୍ଵର: ଆସନ୍ତା ଶିକ୍ଷାବର୍ଷ ଆରମ୍ଭର ଦୁଇରୁ ତିନି ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ (Class 1 to Class 8) ଛାତ୍ରଛାତ୍ରୀମାନଙ୍କ ପାଇଁ ରିଭିଜନ୍ କ୍ଲାସ୍ (Revision Class ) କରାଯିବ। ଏହି ସମୟରେ ପୁରୁଣା କ୍ଲାସ୍ର ପାଠ ପଢ଼ାଯିବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇବ। ସରକାରୀ (Government School), ସରକାରୀ ଅନୁଦାନପ୍ରାପ୍ତ (Government Aided School) ଓ ଘରୋଇ ସ୍କୁଲ୍ (Private…
