Home » ସୁଶାନ୍ତ ସିଂ ରାଜପୁତ ମାମଲା:ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ସିବିଆଇର FIR

ସୁଶାନ୍ତ ସିଂ ରାଜପୁତ ମାମଲା:ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ସିବିଆଇର FIR

Reha and sushant sing rajput file
Share this:

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ ଏସପି ନୁପୁର ପ୍ରସାଦ କରିବେ। ଡିଜି ଗଗନଦୀପ ଗମ୍ଭୀର ଏବଂ ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶିଧର ତଦାରଖ କରିବେ। ବିହାର ସରକାରଙ୍କ ଦାବି ଅନୁଯାୟୀ ବୁଧବାର ସନ୍ଧ୍ୟାରେ ସିବିଆଇ ତଦନ୍ତ ସଂପର୍କରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ସିବିଆଇ, ରେହା ଚକ୍ରବର୍ତ୍ତୀ, ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମାତା ସନ୍ଧ୍ୟା ଚକ୍ରବର୍ତ୍ତୀ, ଭାଇ ଶୋଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା ଓ ଶ୍ରୁତି ମୋଦୀ ଏବଂ ଅନ୍ୟକୁ ଆରୋପି କରାଯାଇଛି।  ବିହାର ପୋଲିସର ଏଫଆଇଆରକୁ ବିଚାରକୁ ନେଇ ସିବିଆଇ ମାମଲା ରୁଜୁ କରିଛି। ବିହାର ପୋଲିସ ବର୍ତ୍ତମାନ ଏହି ମାମଲା ସହ ଜଡିତ ଦଲିଲଗୁଡ଼ିକୁ ସିବିଆଇକୁ ହସ୍ତାନ୍ତର କରିବ।

ସୂତ୍ରରୁ ପ୍ରକାଶ ଯେ ସିବିଆଇ ଏବଂ ବିହାର ପୋଲିସର ଅଧିକାରୀମାନେ ପରସ୍ପର ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ମୁମ୍ବାଇ ପୋଲିସ ମଧ୍ୟ ଏହି ମାମଲାରେ ଆଦିତ୍ୟ ଚୋପ୍ରା, ମହେଶ ଭଟ୍ଟ ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ଭଳି ବଲିଉଡ ନିର୍ଦ୍ଦେଶକଙ୍କ ବିବୃତ୍ତି ରେକର୍ଡ କରିଛି।

ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ମାମଲାରେ ସତ୍ୟତା ବାହାରକୁ ଆସିବା ଉଚିତ୍। ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଟଙ୍କା ହେରଫେର ମାମଲା ଦାୟର କରିଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ଅଭିନେତ୍ରୀ ରେହା ଚକ୍ରବର୍ତ୍ତ ଙ୍କୁ ଡକାଇ ଶୁକ୍ରବାର ଦିନ ପଚରାଉଚରା ପାଇଁ କହିଛନ୍ତି। ଇଡି ମଧ୍ୟ ସୁଶାନ୍ତଙ୍କ ଘର ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ପ୍ରଶ୍ନ କରିଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ସନ୍ଦୀପ ଶ୍ରୀଧରଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି।

Share this: