ନୂଆଦିଲ୍ଲୀ(ମହିମା ଲାଇଭ ବ୍ୟୁରୋ): ଏଲଏସି (LAC) ରେ ଚାଲିଥିବା ଚୀନ (China) ସହିତ ଗତିରୋଧ ଏବଂ ଡ୍ରାଗନ୍ ଆର୍ମିର ଆକ୍ରମଣାତ୍ମକ ପଦକ୍ଷେପ ଉପରେ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ନିଜର ପୂର୍ଣ୍ଣ ପ୍ରସ୍ତୁତି କରିଛି। ଏଥିପାଇଁ ସେନା ଏବଂ ବାୟୁସେନା କ୍ରମାଗତ ଭାବରେ ଏକ ଯୁଦ୍ଧ ଭିତିକ ସାଧାରଣ ରଣନୀତି ଅନୁଯାୟୀ ମିଳିତ ଅଭ୍ୟାସ କରୁଛନ୍ତି।
ଲଦାଖ ଅଞ୍ଚଳରେ ପୋଷ୍ଟ କରାଯାଇଥିବା ଜଣେ ବରିଷ୍ଠ ବାୟୁସେନା କମାଣ୍ଡର ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ମୁଖ୍ୟାଳୟର ନିର୍ଦ୍ଦେଶ ସ୍ପଷ୍ଟ ଯେ ସେନା ତଥା ଅନ୍ୟାନ୍ୟ ସୁରକ୍ଷା ବାହିନୀ ଯାହା ଆବଶ୍ୟକ କରନ୍ତି ତାହା ଅତି ଶୀଘ୍ର ପୂରଣ ହେବ। ଭାରତୀୟ ବାୟୁସେନାର C-17S, Illushin-76S ଏବଂ C-130J ସୁପର ହର୍କ୍ୟୁଲସ୍ ବିମାନ ଲେହ ବାୟୁସ୍ଥାନକୁ ରେସନ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଯୋଗାଉଛ। କେବଳ ଯେ ଏହା ରେସନ ଯୋଗାଉଛନ୍ତି ତା’ନୁହେଁ ସେମାନେ ଚୀନ୍ ସେନା ସହିତ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଚୀନ୍ ସୈନ୍ୟ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଅଛି, ଯାହା କ୍ଷେତ୍ର ସ୍ତରରେ ମଧ୍ୟ ସାହାଯ୍ୟ କରୁଛି। ଦୁଇ ବାହିନୀ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଲଦାଖ ସେକ୍ଟର (Ladakh Sector) ରେ ଉଭୟ ଚୀନ୍ ଏବଂ ପାକିସ୍ତାନ ସହିତ ମୁକାବିଲା ପାଇଁ ପ୍ରସ୍ତୁତ ଚାଲିଛି।
ସୂଚନାନୁସାରେ ଚୀନ୍ ସହିତ ଚାଲିଥିବା ମୁକାବିଲାରେ ଚିନୁକ୍ (Chinook), ଏମଆଇ-୧୭ (MI-17) ଏବଂ ଆପାଚେ ହେଲିକପ୍ଟର (Apache) ସମେତ ଯୁଦ୍ଧ ବିମାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଚିନୁକ୍ ହେଲିକପ୍ଟର ଗୁଡିକ ଉଭୟ ଚୀନ୍ ଏବଂ ପୂର୍ବ ଲଦାଖରେ ଅତ୍ୟନ୍ତ ଥଣ୍ଡା ଅଞ୍ଚଳରେ ଯୁଦ୍ଧ କରୁଥିବା ସୈନ୍ୟମାନଙ୍କୁ ଜରୁରୀ ସାମଗ୍ରୀ ଯୋଗାଇବା ପାଇଁ ଲେହରୁ ସିନ୍ଧୁ ନଦୀ ଉପରେ ଉଡ଼ୁଥିବା ଦେଖିବାକୁ ମିଳୁଛି।
Also Read: Ten States: NCRB ତଥ୍ୟ ଅନୁସାରେ ଭାରତର ୧୦ଟି ରାଜ୍ୟରେ ମହିଳା ଅସୁରକ୍ଷିତ!

