Home » କୋଭିଡ-୧୯ ସୁସ୍ଥଙ୍କ ସଂଖ୍ୟା ୭ ଲକ୍ଷ ଟପିଲା; ଦେଶରେ ମୃତ୍ୟୁହାର ୨.୪୬ ପ୍ରତିଶତ, ଯାହାକି ବିଶ୍ଵରେ ସର୍ବନିମ୍ନ

କୋଭିଡ-୧୯ ସୁସ୍ଥଙ୍କ ସଂଖ୍ୟା ୭ ଲକ୍ଷ ଟପିଲା; ଦେଶରେ ମୃତ୍ୟୁହାର ୨.୪୬ ପ୍ରତିଶତ, ଯାହାକି ବିଶ୍ଵରେ ସର୍ବନିମ୍ନ

covid odisha
Share this:

ନୂଆଦିଲ୍ଲୀ:କରୋନା ମୃତ୍ୟୁହାର ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି । ଭାରତର ମୃତ୍ୟୁହାର ଆଜି ୨.୪୬ ପ୍ରତିଶତରେ ପହଞ୍ଚିଛି ଯାହାକି ବିଶ୍ୱରେ ସର୍ବନିମ୍ନ। ଉଭୟ କମ ଓ ଗୁରୁତର ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।

ନୂଆଦିଲ୍ଲୀସ୍ଥିତ ଏମ୍ସରେ ଇ-ଆଇସିୟୁ(E-ICU) ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୃତ୍ୟୁହାର କମାଇବା ଲକ୍ଷ୍ୟ ରଖି ଏମ୍ସ ପକ୍ଷରୁ ୧୧ ଟି ରାଜ୍ୟର ୪୩ ଟି ହସ୍ପିଟାଲରେ ଦକ୍ଷ ଚିକିତ୍ସକମାନଙ୍କୁ ଆଇସିୟୁ ରୋଗୀମାନଙ୍କ ଚିକିତ୍ସା ଉପରେ ପରାମର୍ଶ ଦିଆଯାଉଛି। ସେଦୃଷ୍ଟିରୁ ସାଂଘାତିକ ଅବସ୍ଥାରେ ଥିବା ରୋଗୀମାନଙ୍କ ଉପଯୁକ୍ତ ଉପଚାର ହୋଇପାରୁଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୭ ଲକ୍ଷରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏହାଫଳରେ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇ ପ୍ରାୟ ୩ ଲକ୍ଷ ୯ ହଜାର ୬୨୭ ରେ ପହଞ୍ଚିଛି । କେବଳ ଗତ 24ଘଣ୍ଟା ମଧ୍ୟରେ ୨୨ ହଜାର ୬୬୪ ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ହାର ବର୍ତ୍ତମାନ ୬୨.୬୨ ପ୍ରତିଶତରେ ପହଞ୍ଚିଛି। ସକ୍ରିୟ ଥିବା ୩ ଲକ୍ଷ ୯୦ ହଜାର ୪୫୯ ଜଣ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା ପ୍ରଦାନ କରାଯାଉଛି।

From The Web





Share this: