ହିନ୍ଦୋଳ: Hindol forest Helpline Number ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ (Hindol forest Helpline) ରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ମଣିଷ-ହାତୀ (Men-Elephants) ସଂଘର୍ଷ ମଧ୍ୟ ଜାରି ରହିଛି। ଦିନ ହେଉ କି ରାତି ଘରୁ ବାହାରିବାକୁ ବାହାରିବାକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି ହିନ୍ଦୋଳବାସୀ। ସନ୍ଧ୍ୟା ଆସୁଆସୁ ରାସ୍ତାଘାଟ ଜନଶୂନ୍ୟ ହେବା ସହିତ ଗାଁ’ମାନଙ୍କରେ ଲୋକେ ତାଟିକବାଟ ପକାଇ ରହୁଛନ୍ତି।
ବନବିଭାଗ ସୂଚନା ଅନୁଯାୟୀ ୭୧ଟି ହାତୀ ଗୋଟିଏ ଦଳରେ ହିନ୍ଦୋଳର ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି। ଜଙ୍ଗଲୀ ହାତୀ ଏବେ ଜଙ୍ଗଲ ଛାଡ଼ି ଗାଁ ଭିତରକୁ ମାଡ଼ିଆସୁଛନ୍ତି। ବନ ବିଭାଗ ଉଦାସୀନ ଥିବା ଜନସାଧାରଣ କହୁଛନ୍ତି। ଗୋଟିଏ ମାସରେ ହାତୀ ଆକ୍ରମଣରେ ୫ ଜଣଙ୍କର ଜୀବନ ଯାଇଛି। ଦୁଦୁରୁକୋଟ ଗ୍ରାମର ଦଣ୍ଡଧର ସାହୁ, କଡଲା ଗ୍ରାମର ସନ୍ତୋଷ ପ୍ରଧାନ, ପଡା ଗ୍ରାମର ଟଙ୍କଧର ଭୋଇ ଏବଂ କାରନ୍ଦା ଗ୍ରାମର ମାହୁଳି ପ୍ରଧାନଙ୍କ ଜୀବନ ହାତୀ ଆକ୍ରମଣରେ ଯାଇଛି।
ହାତୀ ଭୟରେ ଉପଖଣ୍ଡର ପ୍ରାୟ ଜମି ପଡିଆ ପଡିଛି। କେଉଁଠି କେମିତି କାଁଭାଁ ଚାଷ ହୋଇଛି। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଛାତ୍ରୀଛାତ୍ର ଦୈନିକ ପାଠପଢି ଯିବାଆସିବାକୁ ଭୟ କରୁଛନ୍ତି। ବଡ଼ କଥା ହେଉଛି ହଠାତ୍ କାହାର ଦେହ ଅସୁସ୍ଥ ହେଲେ ଗାଡ଼ି ଆଣିବାକୁ ଡ୍ରାଇଭର ଭୟ କରୁଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ତରଫରୁ ଦାବି ହେଉଛି।
ବନବିଭାଗ ସୂଚନା ଅନୁଯାୟୀ, ଯେହେତୁ ୭୧ଟି ହାତୀ ଗୋଟିଏ ଦଳରେ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି, ସେଥିପାଇଁ ବନବିଭାଗ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର (Hindol forest Help line Number) ଖୋଲାଯାଇଛି। ଏହି ନମ୍ବରଟି ହେଉଛି- ୬୩୭୧୨୫୯୦୫୯।
Read Also
- Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ

- Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ

- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ


