Home » ଜାଦେଜା ଭାରତର ସମସ୍ତଙ୍କଠାରୁ ମୁଲ୍ୟବାନ ଟେଷ୍ଟ୍‌ କ୍ରିକେଟର୍‌

ଜାଦେଜା ଭାରତର ସମସ୍ତଙ୍କଠାରୁ ମୁଲ୍ୟବାନ ଟେଷ୍ଟ୍‌ କ୍ରିକେଟର୍‌

COURTESY:Wisden
Share this:

ଦୁବାଇ :  ସଂଯୁକ୍ତ ରାଷ୍ଟ୍ର ର ସର୍ବାଧିକ ଲୋକପ୍ରିୟ ମାଗାଜିନ୍‌ ‘ୱିଜ୍‌ଡେନ୍‌’ ରିପୋର୍ଟ୍ ଅନୁସାରେ ,ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଏକବିଂଶ ଶତାବ୍ଦୀରେ ଭାରତର ସମସ୍ତଙ୍କ ଠାରୁ ଅଧିକ  ମୂଲ୍ୟବାନ ଟେ‌ଷ୍ଟ୍‌ କ୍ରିକେଟର୍‌ ଭାବେ ମନୋନୀତ ହୋଇଛନ୍ତି। ନିଜ ଦଳ ପାଇଁ ବ୍ୟାଟିଂ, ବୋଲିଂ ଓ ଫିଲଡ଼ିଂ  ପ୍ରତି ଖେଳାଳିଙ୍କ ଅବଦାନକୁ ନେଇ ରିପୋର୍ଟ୍ ପ୍ରସ୍ତୁତ ହୋଇଛି। ଭାରତୀୟ ସ୍ପିନ୍‌ ଅଲ୍‌ରାଉଣ୍ଡର ଙ୍କୁ ସବୁଠୁ ମୂଲ୍ୟବାନ ଖେଳାଳି ଭାବେ ୯୭.୩ ରେଟିଂ ମିଳିଛି। ଟେ‌ଷ୍ଟ କ୍ରିକେଟର୍‌ ଙ୍କ ମଧ୍ୟରେ ଶ୍ରୀଲଙ୍କାର ସ୍ପିନର ମୁଥେୟା ମୁରଲୀଧରନ୍‌ ୱିଜ୍‌ଡେନ୍‌ ଦ୍ଵାରା ପ୍ରଥମ ସ୍ଥାନ ପାଇଛନ୍ତି। ଜଡେଜା ୨ ୟ ସ୍ଥାନରେ ଅଛନ୍ତି। ପ୍ରତିକ୍ରିୟାରେ ଜାଦେଜା କହିଛନ୍ତି,  ଭାରତ ପାଇଁ ଖେଳିବା ଏକ ସ୍ଵପ୍ନ  ଥାଏ ଆଉ ତୁମେ ଯଦି ମୂଲ୍ୟବାନ ଖେଳାଳିର ପୁରସ୍କାର ପାଅ ତାହାଲେ ତୁମ ପାଇଁ ଏହା ଅଧିକ ଆଶୀର୍ବାଦ।

Share this: