Home » JMFC Court Odisha: ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜେଏମ୍‍ଏଫ୍‍ସି କୋର୍ଟ ହେବ ପ୍ରତିଷ୍ଠା:ରାଜ୍ୟ ସରକାର

JMFC Court Odisha: ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜେଏମ୍‍ଏଫ୍‍ସି କୋର୍ଟ ହେବ ପ୍ରତିଷ୍ଠା:ରାଜ୍ୟ ସରକାର

Odisha_High_Court
Share this:

ଭୁବନେଶ୍ଵର: ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜେଏମ୍‍ଏଫ୍‍ସି କୋର୍ଟ (JMFC Court) ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ପ୍ରତିବର୍ଷ ୫୫ରୁ ୬୦ଟି ଅଦାଲତ ପ୍ରତିଷ୍ଠା କରାଯାଉଥିବା ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା (Pratap Jena)। ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

କଂଗ୍ରେସ ବିଧାୟକ ଭୂପିନ୍ଦର ସିଂହ ଓ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜେନା କହିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତି ବ୍ଲକରେ ଜେଏମ୍‍ଏଫ୍‍ସି କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥିର ହୋଇଛି। ଅଦାଲତ ପ୍ରତିଷ୍ଠା ସଂକ୍ରାନ୍ତରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ୱାରା ନିଷ୍ପତ୍ତି ଗ୍ରହଣ କରାଯାଉଛି। ସେହିଭଳି ନର୍ଲା ଠାରେ ପ୍ରସ୍ତାବିତ ସିଭିଲ ଜଜ୍‍କୋର୍ଟ ପାଇଁ ଆବଶ୍ୟକୀୟ ପଦ ପଦବୀ ସୃଷ୍ଟି ସକାଶେ ବିହିତ ପଦକ୍ଷେପ ନିଆଯାଉଛି ଓ କର୍ଲାମୁଣ୍ଡା ଠାରେ ସିଭିଲ ଜଜ୍‍ କୋର୍ଟ ପାଇଁ ଆବଶ୍ୟକ ପଦବୀ ସୃଷ୍ଟି କରାଯାଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିକଟରୁ ଚିଠା ବିଜ୍ଞପ୍ତି ହସ୍ତଗତ ହେବାପରେ ସରକାର ଏହି ଅଦାଲତ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ କରିବେ।

[amazon_auto_links id=”10233″]

Share this: