Home » Gaja Laxmi Puja: ଆଜି କୁମାର ପୂର୍ଣ୍ଣମୀ, ଗଜଲକ୍ଷ୍ମୀ ପୂଜା ଆରମ୍ଭ

Gaja Laxmi Puja: ଆଜି କୁମାର ପୂର୍ଣ୍ଣମୀ, ଗଜଲକ୍ଷ୍ମୀ ପୂଜା ଆରମ୍ଭ

laxmi_puja
Share this:

ଢେଙ୍କାନାଳ (mahimalive): ଆଜି କୁମାରପୂର୍ଣ୍ଣିମା (Kumar Purnima)। କୁମାରୀ ଝିଅମାନେ ନୂଆ ପୋଷାକ ପିନ୍ଧି ଚଉରା ମୂଳରେ ସକାଳେ ଓ ସନ୍ଧ୍ୟାବେଳେ ଚନ୍ଦ୍ରପୂଜା କରିଥାନ୍ତି। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଓଡ଼ିଶା (Odisha) ର ପୁରପଲ୍ଲୀରେ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ଏବର୍ଷ ପୂଜା ପାଳନ ଫିକା ପଡ଼ିଯାଇଛି।

ସେହିପରି ଆଜିଠାରୁ କୋଭିଡ କଟକଣା ମଧ୍ୟରେ ଢ଼େଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ଏବଂ ଅନ୍ୟାନ୍ୟ ସ୍ଥାନରେ  ମା’ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। ମା’ଗଜଲକ୍ଷ୍ମୀଙ୍କ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼ ନାହିଁ। କେବଳ ପୂଜାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ନୀତିରେ ମା’ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଉଛି। ଏହି ଅବସରରେ ପାରମ୍ପରିକ ରୀତିମତେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର  କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି।

Also Read | Turkey Earthquake: ତୁର୍କୀରେ ଭୟଙ୍କର ଭୂକମ୍ପ, ସମୁଦ୍ର ଜଳ ହେଲା ଅଦୃଶ୍ୟ

Share this: