Home » Navratri 2020 Day 2: ଆଜି ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କଲେ କଣ କଣ ମିଳିଥାଏ..

Navratri 2020 Day 2: ଆଜି ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କଲେ କଣ କଣ ମିଳିଥାଏ..

maa bramhacharini
Share this:

ଆଜି ଶାରଦୀୟ ନବରାତ୍ରୀ ୨୦୨୦ର ଦ୍ୱିତୀୟ ଦିନ। ଆଜି ମା’ ବ୍ରହ୍ମଚାରିଣୀଙ୍କୁ ନବରାତ୍ରୀ ଦ୍ୱିତୀୟ ଦିନରେ ରୀତିନୀତି ଅନୁଯାୟୀ ପୂଜା କରାଯାଇଥାଏ। ବ୍ରହ୍ମଚାରିଣୀ ଅର୍ଥାତ୍ ବ୍ରହ୍ମାଚର୍ଯ୍ୟଙ୍କୁ ଅନୁସରଣ କରୁଥିବା ଦେବୀ। ବିଶ୍ୱାସ କରାଯାଏ ଯେ ଭକ୍ତଙ୍କ ଭକ୍ତିରେ ଆନନ୍ଦିତ ହୋଇ ମା’ ବ୍ରହ୍ମଚାରିଣୀ ତାଙ୍କୁ ଗୁଣ, ସଂଯମତା, ଏକାଗ୍ରତା ଏବଂ ସହନଶୀଳତାର ଆଶୀର୍ବାଦ ପ୍ରଦାନ କରନ୍ତି।

ବ୍ରହ୍ମର ଅର୍ଥ ହେଉଛି ତପସ୍ୟା ଏବଂ ଚାରିଣୀର ଅର୍ଥ ହେଉଛି ଆଚରଣ। ମା’ ବ୍ରହ୍ମଚାରିଣୀଙ୍କ ଡାହାଣ ହାତରେ ଜପ ମାଳା ଏବଂ ବାମ ହାତରେ କମଣ୍ଡଳୁ ଶୋଭାପାଉଥାଏ।

ଏହିପରି ଭାବରେ ମା’ ବ୍ରହ୍ମାଚାରିଣୀଙ୍କୁ ପୂଜା କରନ୍ତୁ

ବିଶ୍ୱାସ କରାଯାଏ ଯେ ମା’ ବ୍ରହ୍ମଚାରିଣୀ ଧଳା ରଙ୍ଗକୁ ଭଲ ପାଆନ୍ତି। ତେଣୁ, ମାତାଙ୍କ ପୂଜା ସମୟରେ ଧଳା ପୋଷାକ ପିନ୍ଧିବା ଶୁଭ। ମାତାଙ୍କୁ ଚିନି, ମିଶିରି ଏବଂ ପଞ୍ଚାମୃତର ଭୋଗ ଚଢାନ୍ତୁ। ମା’ ବ୍ରହ୍ମଚାରିଣୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ଧ୍ୟାନରେ କିଛି ସମୟ ମନକୁ ଶାନ୍ତ କରି ପୂଜା କରନ୍ତୁ।

Navratri 2020: ଆଜି ମା’ ଶୈଳପୁତ୍ରୀଙ୍କ ପୂଜା ସହିତ ନବରାତ୍ରୀ ଆରମ୍ଭ

ନବରାତ୍ରିର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ପୂଜା ସମୟରେ ନିମ୍ନଲିଖିତ ମନ୍ତ୍ର ଜପ କରିବା ଦ୍ୱାରା ମାତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ

ଯା ଦେବୀ ସର୍ବଭୁତେଷୁ ମା’ ବ୍ରହ୍ମଚାରିଣୀ ରୂପେଣ ସଂସ୍ଥିତା ।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।।

Share this: