Home » Navratri 2020 Day 6: ଆଜି ମା’ କାତ୍ୟାୟନୀଙ୍କ ପୂଜା କଣ କଣ ମିଳେ

Navratri 2020 Day 6: ଆଜି ମା’ କାତ୍ୟାୟନୀଙ୍କ ପୂଜା କଣ କଣ ମିଳେ

maa katyayani
Share this:

ଆଜି ଶାରଦୀୟ ନବରାତ୍ରୀର ଷଷ୍ଠ ଦିନ। ଆଜି ମା’ କାତ୍ୟାୟନୀଙ୍କ ପୂଜା କରାଯାଏ। ମହିଷାସୁରଙ୍କୁ ହତ୍ୟା କରିଥିବା ମାତା ଦେବୀ କାତ୍ୟାୟନୀଙ୍କୁ ମହିଷାସୁରମର୍ଦ୍ଧନୀ ମଧ୍ୟ କୁହାଯାଏ। ବିଶ୍ଵାସ କରାଯାଏ ଯେ ମା ଦୁର୍ଗାଙ୍କର ଏହି ରୂପକୁ ପୂଜା କରି ଝିଅମାନେ ଉପଯୁକ୍ତ ବର ପାଆନ୍ତି ଏବଂ ବିବାହରେ ଥିବା ବାଧା ଦୂର ହୋଇଯାଏ। ମା’ କାତ୍ୟାୟନୀ ଅତ୍ୟନ୍ତ ଉଦାର ଏବଂ ସେ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି।

Also Read|ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କଲେ କଣ କଣ ମିଳିଥାଏ..

ମା’ କାତ୍ୟାୟନୀଙ୍କ ଚାରିଟି ବାହୁ ଅଛି। ଗୋଟିଏ ହାତରେ ମାତାଙ୍କ ଖଣ୍ଡା ଏବଂ ଅନ୍ୟ ହାତରେ ପଦ୍ମ ଫୁଲ। ଅନ୍ୟ ଦୁଇ ହାତରେ ମାତା ବର ମୁଦ୍ରା ଏବଂ ଅଭୟ ମୁଦ୍ରା ରେ ଭକ୍ତମାନଙ୍କୁ ଆଶୀର୍ବାଦ ଦିଅନ୍ତି।

ମା’ଙ୍କୁ ଗଙ୍ଗାଜଳ, ନଡିଆ, କଦଳୀ, ଚାଉଳ, ଚୁଡି, ମହୁ ଇତ୍ୟାଦି ଦେଇ ପୂଜା କରିବା ଉଚିତ। ଦେବୀଙ୍କୁ ମହୁ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏହା କରି ମାତା ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି। ମା କାତ୍ୟାୟନୀଙ୍କୁ ମାଲପୁଆ ଭୋଗ ଚଢେଇବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ।

ନବରାତ୍ରୀର ଷଷ୍ଠ ଦିନରେ ନାଲି ପୋଷାକ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଲାଲ ରଙ୍ଗର ପୋଷାକ ପିନ୍ଧିଲେ ମାତା କାତ୍ୟାୟନୀ ଆଶୀର୍ବାଦ ପ୍ରାପ୍ତ ହୁଏ।

ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କଲେ ଜୀବନରେ ସୁଖ ସମ୍ପଦ ଆସେ

ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀଙ୍କ ପୂଜା ସମୟରେ ନିମ୍ନଲିଖିତ ମନ୍ତ୍ର ଜପ କରିବା ଦ୍ୱାରା ମାତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ

ଯା ଦେବୀ ସର୍ବଭୁତେଷୁ ମା’କାତ୍ୟାୟନୀ ରୂପେଣ ସଂସ୍ଥିତା ।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।।

Share this: