Home » School Reopens: ରାଜ୍ୟରେ ସ୍କୁଲ୍‍ ଖୋଲିବ କି ନାହିଁ, ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ:ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ

School Reopens: ରାଜ୍ୟରେ ସ୍କୁଲ୍‍ ଖୋଲିବ କି ନାହିଁ, ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ:ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ

Odisha corona update Today _samir_das
Share this:

ଭୁବନେଶ୍ଵର(ମହିମା ଲାଇଭ ବ୍ୟୁରୋ): ସ୍କୁଲ୍‍ ଖୋଲିବା ନେଇ କେନ୍ଦ୍ର ସରକାର ତାଙ୍କର ଗାଇଡ୍‍ଲାଇନ୍‍ ଜାରି କରିବା ପରେ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ସ୍କୁଲ୍‍ (School) ଖୋଲିବ କି ନାହିଁ, ସେ ନେଇ ଅକ୍ଟୋବର ଶେଷ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍କୁଲ୍‍ ଓ ଗଣଶିକ୍ଷା (School and Masseducation) ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Related Post: Unlock 5.0 Guidelines Education: ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସର୍ତ୍ତାବଳୀ

ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସ୍କୁଲ୍‍ ଖୋଳିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ। ଅକ୍ଟୋବରର କରୋନା ସ୍ଥିତି ଦେଖି ନିଷ୍ପତ୍ତିନେବେ ରାଜ୍ୟ ସରକାର। ସ୍କୁଲ୍‍ ଖୋଲିବାର ଆବଶ୍ୟକତା ଅଛି, ଏଥିରେ ସନ୍ଦେହ ନାର୍ହି। ତେବେ ଆମପାଇଁ ପିଲାଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କରୋନା ସ୍ଥିତି ଦେଖି ଯାହା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Also Read: School Reopens : ଅକ୍ଟୋବର ୧୫ ରୁ ସର୍ତ୍ତ ସହିତ ଖୋଲିବ ବିଦ୍ୟାଳୟ; ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି

Share this: