ଭୁବନେଶ୍ୱର : Odisha Weather News ଅକ୍ଟୋବର ଏବଂ ନଭେମ୍ବର ମାସରେ ଓଡ଼ିଶାକୁ ରହିଥାଏ ବାତ୍ୟା (Odisha Weather-Cyclone) ଭୟ। ଏଥର ମଧ୍ୟ ଏମିତି ଭୟ ଦେଖାଦେଇଛି। ଏହାକୁ ନେଇ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଓଡ଼ିଶାର ଜଳବାୟୁ ସ୍ଥିତି ବାତ୍ୟା ଅନୁକୂଳ ରହିଛି, କିନ୍ତୁ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର କୌଣସି ସୂଚନା ନାହିଁ।
ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ କୁହାଯାଇଛି। ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଅଞ୍ଚଳର ଅଧିକାଂଶ ସ୍ଥାନରୁ ମୌସୁମୀ ଅପସାରିତ ହେବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ, ଢ଼େଙ୍କାନାଳ, କଟକ, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବରଗଡ଼, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ୨୧ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Read Also
- Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ

- Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ

- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ

