ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ ସକାଳୁ କୁହୁଡି ଅନୁଭୂତ ହେଉଛି। ଯାହାକି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପ୍ରାୟ ଜିଲ୍ଲାରେ ଅନୁଭୂତ ହେବ। ସୂଚନାଅନୁସାରେ ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ କନ୍ଧମାଳ, ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟମଧରଣର କୁହୁଡ଼ି ହୋଇପାରେ। ସେହିପରି ଅନୁଗୁଳ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟମରୁ ଅଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି।
ଏଥିସହିତ ଫେବ୍ରୁଆରି ୯ରୁ ୧୧ ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେପଟେ ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଓ ଢେଙ୍କାନାଳରେ ଘନ କୁହୁଡ଼ି ପଡ଼ିପାରେ। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଧା ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
Read Also | School Reopens: ଆସନ୍ତା ୭ରୁ ଖୋଲିବ ସ୍କୁଲ ସହିତ ସମସ୍ତ ଶିକ୍ଷାନୁଷ୍ଠାନ
