Home » Odisha Weather Report: ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା

Odisha Weather Report: ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା

odisha rain
Share this:

ଭୁବନେଶ୍ଵର: ଭୁବନେଶ୍ଵର (Bhubaneswar) ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ (Orange Warnings) ଜାରି କରାଯାଇଛି।ଏହି ଜିଲ୍ଲାଗୁଡ଼ିକ ଢ଼େଙ୍କାନାଳ, ଅନୁଗୁଳ, କଟକ, ସମ୍ବଲପୁର, ସୁବର୍ଣ୍ଣପୁର,  ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ ଓ ବଲାଙ୍ଗୀର।

ଏଥି ଯୋଗୁଁ ପନିପରିବା ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଏହାସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warnings) ଜାରି ହୋଇଥିବା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବାଲେଶ୍ଵର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାଗୁଡ଼ିକ ରହିଛି।

Also Read | ଆଜି ଅନୁଗୁଳ ଜିଲ୍ଲାରୁ ୩୮୫ ଜଣ corona ପଜିଟିଭ ଚିହ୍ନଟ

[amazon_auto_links id=”9939″]

Also Read | Corona କୁ ପରୀକ୍ଷାଗାରରେ ସଂକ୍ରାମକ କରାଯାଇଥିଲା, ଯେପରି ଏହା ମଣିଷକୁ ଶୀଘ୍ର ଧରିପାରେ!

Share this:

Leave a Reply

Your email address will not be published. Required fields are marked *