ଭୁବନେଶ୍ଵର : ଦକ୍ଷିଣ ପଶ୍ଚିମ ମୌସୁମାବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ଦୁର୍ବଳ ହେଉଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।
ଆସନ୍ତା ୨୯ ତାରିଖ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଚଳିତବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ଜୁନ୍ ପହିଲାରୁ ଅକ୍ଟୋବର ୨୪ ତାରିଖ ମଧ୍ୟରେ ୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ତେବେ ବାୟୁମଣ୍ଡଳରୁ ଆର୍ଦ୍ରତା ହ୍ରାସ ପାଉନଥିବାରୁ ଶୀତ ଅନୁଭୂତ ହେଉନଥିବା ପାଣି ପାଗ ବିଭାଗ କହିଛି। ଉତ୍ତର ପଶ୍ଚିମ ଦିଗରୁ ପବନ ବହିବା ଆରମ୍ଭ ହେଲେ ରାଜ୍ୟରେ ଧୀରେଧୀରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦାରିଂବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୧୭.୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।
Also Read | IPL 2020 MI vs RR: ମୁମ୍ବାଇ ଇଣ୍ଡିଆନ୍ସ ଉପରେ ବେନ ଷ୍ଟୋକ୍ସ ପଡିଲେ ଭାରି, ରାଜସ୍ଥାନ ରୟାଲ୍ସର ଏକତରଫା ବିଜୟ



