Deba Snana Purnima 2022: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସମଗ୍ର ପୁରୀ ଚଳଚଞ୍ଚଳ
ପୁରୀ: Deba Snana Purnima 2022 Puri ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଲାଗି ସମଗ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି। ଏହି ଯାତ୍ରା ଦେଖିବା ପାଇଁ ପୁରୀରେ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। କୋଭିଡ୍ କଟକଣା ଯୋଗୁ ବିଗତ ୨ ବର୍ଷ ଧରି ଶ୍ରଦ୍ଧାଳୁମାନେ ସ୍ନାନଯାତ୍ରାରେ ଅଂଶ ଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ସୂଚନା ଅନୁସାରେ ମଙ୍ଗଳବାର ରାତି ସାଢେ ୩ଟାରେ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳୀ ଓ ଡୋରଲାଗି ହୋଇ ଭୋର ପ୍ରାୟ…
