Home » Puri News: ଖୋଲିଲା ଶ୍ରୀମନ୍ଦିର, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର; ପରିଚୟପତ୍ର ଜରୁରୀ

Puri News: ଖୋଲିଲା ଶ୍ରୀମନ୍ଦିର, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର; ପରିଚୟପତ୍ର ଜରୁରୀ

puri-srimandir
Share this:

ପୁରୀ: କରୋନା ମହାମାରୀ (Corona Pandemic) ଯୋଗୁଁ ଶ୍ରଦ୍ଧାଳୁଙ୍କ ପ୍ରବେଶ ସକାଶେ ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଗତକାଲିଠାରୁ ଖୋଲିଛି। ପ୍ରାୟ ୯ ମାସ ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ।

ସୂଚନାଅନୁସାରେ, ପ୍ରଥମ ୩ ଦିନ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ  ପରିବାର। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଲାଗି ବଡ଼ଦାଣ୍ଡରେ ବ୍ୟାରିକେଡ୍‍ ନିର୍ମାଣ ସହ ଏସ୍‍ଓପି (SOP) ଜାରି କରାଯାଇଛି। ସାମାଜିକ ଦୂରତା (Social Distance) ରକ୍ଷା ପାଇଁ ଧାଡ଼ି ଦର୍ଶନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସିଂହଦ୍ୱାରରେ ଏଥିପାଇଁ ୯ଟି ଧାଡ଼ିର ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ କଟକଣା ଲଗାଇଛି। ମନ୍ଦିର ଭିତରେ ଓ ବାହାରେ ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବାକୁ ଅତ୍ୟନ୍ତ ଜରୁରୀ କରାଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ଭିତରକୁ ଭୋଗ, ଫୁଲ ଓ ଦୀପ ନେବାକୁ ବାରଣ କରାଯିବା ସହିତ ମନ୍ଦିରରେ କୌଣସି ପ୍ରତିମାଙ୍କୁ ଛୁଇଁ ପାରିବେ ନାହିଁ ବୋଲି କଡ଼ା ଆଦେଶ ରହିଛି। ମନ୍ଦିର ଭିତରେ ଦୀପ ଜାଳିବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ସେହିପରି ମନ୍ଦିର ପରିସର ଓ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନକୁ ମଧ୍ୟ ବାରଣ କରାଯାଇଛି। ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ସାଙ୍ଗରେ ଟୋକେନ୍‍ ସହ ଆଧାର କାର୍ଡ ଅଥବା ଭୋଟ ପରିଚୟପତ୍ର ନେଇ ଆସିବା ଜରୁରୀ ବୋଲି କୁହାଯାଇଛି। ୩ ତାରିଖରୁ ଆରମ୍ଭ ହେବାକୁ ଥିବା ସାଧାରଣ ଦର୍ଶନ ପାଇଁ ସକାଳ ୮ଟାରୁ ଧାଡ଼ି ଆରମ୍ଭ ହେବ ଓ ଏଥିଲାଗି ୯୬ ଘଣ୍ଟା ପୂର୍ବରୁ ହୋଇଥିବା କରୋନା ଟେଷ୍ଟ ନେଗେଟିଭ୍‍ ରିପୋର୍ଟ ଆଣିବା ଜରୁରୀ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

[amazon_auto_links id=”9932″]

Share this: