Home » ରାଜ୍ୟ କ୍ୟାବିନେଟର ତିନି ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟର ତିନି ପ୍ରସ୍ତାବକୁ ମଞ୍ଜୁରୀ

Naveen Patnaik
Share this:

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ (Cabinet) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ବର୍ତ୍ତମାନ ପଞ୍ଜୀକୃତ ଟିକସଦାତା ଉପକୃତ ହେବେ। ଏବେ ଜିଏସଟି କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରାଯାଇପାରିବ।

ସେହିପରି ସୁବର୍ଣ୍ଣରେଖା ନଦୀରେ ଏକ ଉଚ୍ଚ ସ୍ତରୀୟ ସେତୁ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଫଳରେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଓ ଭୋଗରାଇ ବ୍ଲକକୁ ଏହି ସେତୁ ସଂଯୋଗ କରିବ। ଏଥିଲାଗି ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ଏହାର ନିର୍ମାଣ କାର୍ଯ୍ୟ ୩୦ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

Also Read:

Share this: