Odisha By-Election: ଆସନ୍ତା କାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟଗଣତି, ପ୍ରସ୍ତୁତି ଶେଷ
ଭୁବନେଶ୍ଵର: ବାଲେଶ୍ୱର ସଦର (Baleswar Sadar) ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ (Tirtol) ବିଧାନସଭା ଆସନ ଉପନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। କଡାସୁରକ୍ଷା ମଧ୍ୟରେ ଏଥିପାଇଁ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ୍ (Postal Ballot) ଗଣତି କରାଯିବ ଓ ପରେ ଇଭିଏମ (EVM)ଭୋଟଗଣତି ହେବ। ଭୋଟଗଣତି ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଯେ ଭୋଟଗଣତି କେନ୍ଦ୍ରଗୁଡିକରେ…
