Home » Mahimalive » Page 19
Weather Report of Odisha

Weather Report: ରାଜ୍ୟର ୪ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଅନୁଗୋଳରେ ଶୀତ ଆରମ୍ଭ

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା (Temperature) କମିଚାଲିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ଜଣାପଡ଼ିଛି। ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪ଟି ସହର ହେଉଛି ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା। ସୋନପୁରରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇ ୧୧.୮ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୧୨.୬, ଦାରିଙ୍ଗବାଡ଼ିରେ ୧୪ ଓ ଝାରସୁଗୁଡାରେ ୧୪.୧ ଡିଗ୍ରୀ ରେକର୍ଡ କରାଯାଇଛି।…

Read More
TalcherRoad

Special Train: ରାଉରକେଲା-ଭୁବନେଶ୍ୱର ମଧ୍ୟରେ ସ୍ପେଶାଲ୍‍ ଟ୍ରେନ୍‍ ଆଜିଠାରୁ ପ୍ରତ୍ୟହ ଚାଲିବ

ରାଉରକେଲା: ଆଜିଠାରୁ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍‍ ଟ୍ରେନ୍‍ (Special Train) ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ସବୁଦିନ ଚଳାଚଳ କରିବ। ଯାହାକି ପୂର୍ବରୁ ଏହା ସପ୍ତାହକୁ ୫ଦିନ ଚଳାଚଳ କରୁଥିଲା। ୦୨୮୬୧ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ୍‍ ଟ୍ରେନ୍‍ ରାଉରକେଲାରୁ ସକାଳ ୫ଟାରେ ଛାଡ଼ି ଭୁବନେଶ୍ୱରରେ ଅପରାହ୍ଣ ୧୨ଟା ୩୦ମିନିଟ୍‍ରେପହଞ୍ଚିବ। ସେହିଭଳି ଏହି ଟ୍ରେନ୍‍ ଭୁବନେଶ୍ୱରରୁ ଅପରାହ୍ଣ ୨ଟା ୧୦ମିନିଟ୍‍ରେ ଛାଡ଼ି ରାଉରକେଲାରେ ରାତି ୯ଟା ୪୦ ମିନିଟ୍‍ରେ ପହଞ୍ଚିବ। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଟ୍ରେନ୍‍ ଉଭୟ…

Read More
Dharmendra Pradhan

LNG: ଏଲ୍‍ଏନ୍‍ଜି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସହେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ପରିବହନ କ୍ଷେତ୍ରରେ ଲିକ୍ୟୁଫାଏଡ୍‍ ନ୍ୟାଚୁରାଲା ଗ୍ୟାସ୍‍ (LNG) ଭଳି ସ୍ୱଚ୍ଛ ଇନ୍ଧନର ବ୍ୟବହାର ବୃଦ୍ଧି ପାଇଲେ ଯାନବାହନ ପ୍ରଦୂଷଣ ହ୍ରାସ ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମତବ୍ୟକ୍ତ କରିଛନ୍ତି। ରାଷ୍ଟ୍ରାୟତ ପ୍ରାକୃତିକ ଗ୍ୟାସ୍‍ ବିତରଣ କମ୍ପାନୀ ଗେଲ୍‍ (GAIL) ଏବଂ ଭାରତୀୟ ଅଟୋମୋବାଇଲ୍‍ ନିର୍ମାଣକାରୀ ସଂଘ ସିଆମ୍‍ ପକ୍ଷରୁ ଗତକାଲି ଆୟୋଜିତ ପରିବହନ ଇନ୍ଧନ ଭାବେ ଏଲଏନଜି ଶୀର୍ଷକ ଏକ ୱେବିନାରରେ ଯୋଗଦେଇ…

Read More
Virat-and-Warner

IPL 2020 SRH vs RCB: ସନରାଇଜର୍ସ ହାଇଦ୍ରାବାଦ ବିଜୟୀ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ୱିକେଟରେ ପରାସ୍ତ

ଦୁବାଇ: ଆଇପିଏଲ୍ କ୍ରିକେଟ୍ (IPL Cricket) ରେ ସନରାଇଜର୍ସ ହାଇଦ୍ରାବାଦ (SRH) ଗତକାଲି ରାତିରେ ଆବୁଧାବିରେ ଚାଲିଥିବା ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (RCB) ୬ ଟି ୱିକେଟରେ ପରାସ୍ତ କରି ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛି। ୧୩୨ ରନ୍‌ର ଟାର୍ଗେଟକୁ ପଛରେ ପକାଇ ହାଇଦ୍ରାବାଦ ଦୁଇଟି ବଲ ଥାଇ ୪ ଟି ୱିକେଟ୍ ହରାଇ ସ୍କୋରକୁ ହାସଲ କରିଥିଲା। ୪୪ ବଲରୁ କେନ ୱିଲିୟମସନଙ୍କ (Kane Williamson) କଠିନ ଅପରାଜିତ ଅର୍ଦ୍ଧ ଶତକ…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ। ଆପଣଙ୍କୁ ଅପ୍ରତ୍ୟାଶିତ ସ୍ତ୍ରୋତରୁ ଧନ ମିଳିପାରେ, ଯାହା ବିଷୟରେ ଆପଣ କେବେ ବି ଭାବି ନଥିବେ। ପାରିବାରିକ ଦାଇତ୍ୱ ଭୁଲନ୍ତୁ ନାହିଁ। ଆଜି ଆପଣ ଆପଣଙ୍କ ସର୍ବପ୍ରିୟ ସାଙ୍ଗକୁ ମନେ ପକେଇବେ ଓ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରିବେ। ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର। ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଲୀ ଯେହେତୁ ଆଜି ଆପଣଙ୍କ ପାଇଁ…

Read More
school CBSE

School Reopen: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନେଇ ଏପରି ନିଷ୍ପତ୍ତି ନେଇଛନ୍ତି। ଆଜି ଶୁକ୍ରବାର ଗଣଶିକ୍ଷା ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ପରୀକ୍ଷା ଓ ନାମଲେଖା ପ୍ରକ୍ରିୟା ଜାରି ରହିବ। ପୂର୍ବପରି ଅନ୍‌ଲାଇନ୍‌ କ୍ଲାସ ଚାଲିବ ବୋଲି ଜଣାପଡ଼ିଛି। ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡିସେମ୍ବର ୨ୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ…

Read More

US Election: ଯଦି ଟ୍ରମ୍ପ ହାରିବା ସତ୍ତ୍ୱେ White House ଛାଡିବାକୁ ମନା କରନ୍ତି, ତେବେ କଣ ହେବ?

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳର ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ଶୁକ୍ରବାର ହେଉଛି ଗଣନାର ତୃତୀୟ ଦିନ। ବିଡେନ (Joe Biden)୨୬୪ ଏବଂ ଟ୍ରମ୍ପ (Donald Trump)୨୧୪ ଭୋଟ୍ ଜିତିଛନ୍ତି। କେବଳ ଚାରୋଟି ରାଜ୍ୟର ଫଳାଫଳ ବାକି ରହିଛି। ଏଥି ମଧ୍ୟରୁ ବିଡେନ ୬ ଟି ସ୍ଥାନରେ ଆଗୁଆ ଥିବା ବେଳେ ଟ୍ରମ୍ପ ୫୪ ସ୍ଥାନରେ ଆଗୁଆ ଅଛନ୍ତି। ଏହି ସମୟରେ, ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି, ଯଦି ଟ୍ରମ୍ପ ହାରିଯାଆନ୍ତି ଏବଂ ସେ ହ୍ଵାଇଟ…

Read More

India-Israel: ସ୍ୱାସ୍ଥ୍ୟ ଏବଂ ଔଷଧପତ୍ର କ୍ଷେତ୍ରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସହଯୋଗକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ଔଷଧପତ୍ର କ୍ଷେତ୍ରରେ ଭାରତ (India) ଓ ଇସ୍ରାଏଲ (Israel) ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ (PM Modi)ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ବୁଝାମଣାପତ୍ରରେ ନିମ୍ନୋକ୍ତ ବିଷୟଗୁଡିକ ସ୍ଥାନ ପାଇଛି। ◆ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ତାଲିମ ଓ ଜ୍ଞାନ ବିନିମୟ ◆ ସ୍ଵାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ମାନବ ସମ୍ବଳ ବିକାଶର ସହାୟତା ◆ ଫାର୍ମାସ୍ୟୁଟିକାଲ, ମେଡିକାଲ ସାମଗ୍ରୀ ଓ…

Read More
cyber-crime

Fake Job Website: ନକଲି ଚାକିରି ପୋର୍ଟାଲ ଖୋଲି କୋଟିଏ ଟଙ୍କାର ଠକେଇ, ୨୭ ହଜାର ଲୋକ ଠକେଇର ଶିକାର

ଦିଲ୍ଲୀ: କରୋନା କାଳରେ ବହୁତ ଲୋକ ନିଜ ଚାକିରୀ ହରେଇ ବେକାର ହୋଇଛନ୍ତି। ଏହାର ସୁଯୋଗ ନେଇ କିଛି ଠକ ନକଲି ୱେବସାଇଟ (Fake Website) ଖୋଲି ଚାକିରୀ ଦେବାକୁ କହି ବହୁତ ଲୋକଙ୍କୁ ଠକିଛନ୍ତି। ଦିଲ୍ଲୀ ପୋଲିସ ଏକ ଗ୍ୟାଙ୍ଗକୁ ଧରିଛି ଯାହା ଲୋକଙ୍କୁ ଚାକିରିରେ ଠକେଇ କରି ଟଙ୍କା ରୋଜଗାର କରୁଥିଲା। ଦିଲ୍ଲୀ ପୋଲିସର ସାଇବର ସେଲ (Cyber Cell) ଗୁରୁବାର ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଚାକିରୀ ରାକେଟ କେନ୍ଦ୍ର…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: ଆପଣଙ୍କୁ ବୁଝିବା ଦରକାର କି ମଦ ଆପଣଙ୍କ ସ୍ୱାସ୍ଥ୍ୟର ସବୁଠୁ ବଡ଼ ଶତ୍ରୁ ଓ ତାହା ଆପଣଙ୍କ କ୍ଷମତା ଉପରେ ବି କୁପ୍ରଭାବ ପକାଏ। ଆଜି ଅର୍ଥହାନିର ସମ୍ଭାବନା ଅଛି। ତେଣୁ ଦେବା ନେବା ମାମଲାରେ ଯେତେ ସତର୍କ ରହିବେ ଆପଣଙ୍କ ପାଇଁ ସେତେ ଭଲ। ଆଜି ଅତି ଶୁଭ ଦିନ ଅଟେ, ସମସ୍ତଙ୍କର ସାହାଯ୍ୟ ମିଳିବ – ଆଜି ଆପଣଙ୍କୁ ଗୁଡ଼ାଏ ଯୋଜନା ଭିତରୁ ବାଛିବାକୁ ପଡିବ। ଅବସର ସମୟ ଆପଣ ଆଜି ମନ୍ଦିର,…

Read More
USA elections

US Election: ଜୋ ବିଡେନ ରାଷ୍ଟ୍ରପତି ହେବା ନିଶ୍ଚିତ! ଭାରତ ପାଇଁ ବଢିବ କି ସମସ୍ୟା!

ନୂଆଦିଲ୍ଲୀ: ଆମେରିକା ନୂତନ ରାଷ୍ଟ୍ରପତି ପାଇବାକୁ ଯାଉଛି। ଭୋଟ୍ ଗଣନା ଜାରି ରହିଛି। ଜୋ ବିଡେନ (Joe Biden) ବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (President Donald Trump) ଙ୍କ ଠାରୁ ବହୁ ଆଗରେ ଅଛନ୍ତି। ଏହି ବ୍ୟବଧାନକୁ ପାରକରିବା ବର୍ତ୍ତମାନ ଟ୍ରମ୍ପଙ୍କ ପାଇଁ କଷ୍ଟକର।  ଏଭଳି ପରିସ୍ଥିତିରେ ବିଡେନ ବର୍ତ୍ତମାନ ହ୍ଵାଇଟ ହାଉସ (White House) ରେ ପ୍ରବେଶ କରିବେ ଏବଂ କମଲା ହାରିସ (Kamala  Harris) ତାଙ୍କର ଡେପୁଟି ହେବେ ବୋଲି ପ୍ରାୟ ନିଷ୍ପତ୍ତି ନିଆଯାଇଛି।…

Read More