Home » ବିଶ୍ଵ ରେ କରୋନା ସଂକ୍ରମଣ ୭୯ ଲକ୍ଷରୁ ଅଧିକ, ମୃତ୍ୟୁସଂଖ୍ୟା ୪,୩୪,୦୦୦ ଅତିକ୍ରମ

ବିଶ୍ଵ ରେ କରୋନା ସଂକ୍ରମଣ ୭୯ ଲକ୍ଷରୁ ଅଧିକ, ମୃତ୍ୟୁସଂଖ୍ୟା ୪,୩୪,୦୦୦ ଅତିକ୍ରମ

Internet
Share this:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବଶେଷ ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମଣର ସଂଖ୍ୟା ୭୯ ଲକ୍ଷ ଅତିକ୍ରମ କରିଛି।  କରୋନା ଭୂତାଣୁ  ରେ ମୃତ୍ୟୁ ସଂଖ୍ୟା ୪,୩୪,୦୦୦ ଅତିକ୍ରମ କରିଛି। ଗୋଟିଏ ଦିନ ପୂର୍ବରୁ କରୋନାରୁ ୩,୯୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମଣ କ୍ଷେତ୍ରରେ ଆମେରିକା ପ୍ରଥମ ରାଷ୍ଟ୍ର ହୋଇ ରହିଛି। ଦ୍ୱିତୀୟ ସ୍ଥାନରେ ବ୍ରାଜିଲ , ଋଷିଆ ତୃତୀୟ ଓ  ଭାରତର ଚତୁର୍ଥ ସ୍ଥାନରେ ରହିଛି ।

ପ୍ରତିବନ୍ଧକ ହଟିବା ପରେ ସଂକ୍ରମଣର ନୂତନ ହଟସ୍ପଟ୍ ଉତ୍ପନ୍ନ

୨,୨୦୮,୪୦୦ ରୋଗୀଙ୍କ ସହ ଆମେରିକା କରୋନା ମହାମାରୀର କେନ୍ଦ୍ର ପାଲଟିଛି। ପ୍ରତିବନ୍ଧକ ଉଠିବା ପରେ ଏହି ଦେଶରେ ଅନେକ ନୂତନ ହଟସ୍ପଟ୍ ସଂକ୍ରମଣ ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୧୧୯,୧୩୨ କରୋନା ସଂକ୍ରମିତ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। କେବଳ ମହାମାରୀର କେନ୍ଦ୍ର ପାଲଟିଥିବା ନ୍ୟୁୟର୍କ ପ୍ରଦେଶରେ ଚାରି ଲକ୍ଷରୁ ଅଧିକ ମାମଲା ଦେଖିବାକୁ ମିଳିଛି। ତେବେ ଏହି ପ୍ରଦେଶରେ ନୂତନ ମାମଲା ହାରରେ କିଛି ହ୍ରାସ ଘଟିଛି ।

Share this: