Home » G-7 Summit:ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର One Earth, One Health

G-7 Summit:ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର One Earth, One Health

pm-modi- maan-ki-baat
Share this:

ନୂଆଦିଲ୍ଲୀ: ଜି -7 (Group Of Seven) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସମ୍ବୋଧିତ କରୁଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (Boris Johnson) ଙ୍କ ନିମନ୍ତ୍ରଣ କ୍ରମେ ସେ ଡିଜିଟାଲ ମାଧ୍ୟମ ମାଧ୍ୟମରେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଉଛନ୍ତି। ସେ ତାଙ୍କ ସମ୍ମିଳନୀ ସମ୍ବୋଧନରେ  କରୋନାଭାଇରସ୍ ମହାମାରୀ ଦମନ ଲାଗି ବିଶ୍ଵର ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ ଏକ  ପୃଥିବୀ ଏକ ସ୍ୱାସ୍ଥ୍ୟ’ (One Earth, One Health)ର ମନ୍ତ୍ର ଦେଇଛନ୍ତି। ଆଞ୍ଜେଲା ମର୍କେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ମନ୍ତ୍ରକୁ ବିଶେଷ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତ୍ରକୁ ସେ ତାଙ୍କ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି ଏବଂ ସମର୍ଥନ ଜଣାଇଛନ୍ତି।

ସୂଚନାଯୋଗ୍ୟ ବ୍ରିଟେନ ଏହି ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି ଏବଂ ଜି-୭ ଶିଖର ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏବଂ ଦକ୍ଷିଣ ଆଫ୍ରିକାକୁ ଆମନ୍ତ୍ରଣ କରିଛି। ଜି-୭ ଶିଖର ସମ୍ମିଳନୀରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଆମେରିକା ଏବଂ ବ୍ରିଟେନ ଏବଂ ୟୁରୋପୀୟ ୟୁନିଅନ୍ ଅଛି। ଜି -୭  ବୈଠକରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ଯୋଗଦେବେ। ୨୦୧୯ ମସିହାରେ, ଫ୍ରାନ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଭାରତକୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମ୍ମିଳନୀର ଜଳବାୟୁ, ଜୈବ ବିବିଧତା, ମହାସାଗର ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ସମ୍ବନ୍ଧୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ।

Also Read | Watch: ବର ଶୋଭାଯାତ୍ରାରେ ଆସିଥିଲା ହାତୀ, ଆଉ ତାପରେ…

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *