ଭୁବନେଶ୍ଵର: Make In Odisha Conclave 22 ଆଜି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ର ଉଦ୍ଯାପିତ ହୋଇଛି। ଆଜିର ଦିନରେ ସ୍ୱାସ୍ଥ୍ୟ ଓ ଔଷଧ ଉତ୍ପାଦନ, ପଣ୍ୟ କାରବାର ଓ ସଂରକ୍ଷଣ ତଥା ଆନୁସଙ୍ଗିକ ଭିତ୍ତିଭୂମି ସଂକ୍ରାନ୍ତ ଏକାଧିକ ବୁଝାମଣାପତ୍ର ଅନେକ କମ୍ପାନୀ ସହିତ ସ୍ୱାକ୍ଷରିତ ହୋଇଛି।
ଏହାସହ ସହରାଞ୍ଚଳ ପାଇଁ ଆଜି ଓଡ଼ିଶା ହାଉସିଂ ଫର୍ ଅଲ୍ ପଲିସି -୨୦୨୨ (Odisha Housing For All Policy-2020) ର ଶୁଭାରମ୍ଭ କରାଯାଇଛି। ମିଶନଶକ୍ତି (Mission Shakti) ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SSG) ମହିଳା ମାନଙ୍କୁ ସଶକ୍ତିକରଣ ଲକ୍ଷ୍ୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ମିଶନ ଶକ୍ତି ମହିଳାମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯେକୌଣସି ରାଜ୍ୟର ବିକାଶରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କ ସଶକ୍ତିକରଣ ଦ୍ୱାରା ରାଷ୍ଟ୍ରର ପ୍ରଗତି ସମ୍ଭବ। ପ୍ରତି ଏସ୍ଏଚ୍ଜିକୁ ୫ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଏହାଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ଉପକୃତ ହୋଇପାରିବେ।
କନ୍କ୍ଲେଭ (Make In Odisha Conclave 22) କୁ ଆଜି ପୂର୍ବାହ୍ନରେ ମିଶନ ଶକ୍ତି ଓ ଏସ୍ଏଚ୍ଜି ମହିଳାଙ୍କୁ ସମ୍ବୋଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏସ୍ଏଚ୍ଜିଠାରୁ ୫ ବର୍ଷରେ ୫ ହଜାର କୋଟି ଟଙ୍କାର ସାମଗ୍ରୀ କିଣାଯିବ। ଏଥିରେ ୬୦ ଲକ୍ଷ ଗୋଷ୍ଠୀ ଉପକୃତ ହେବେ। ପ୍ରତି ଜିଲ୍ଲାରେ ଫେଡେରେସନ ପ୍ରତିଷ୍ଠା କରାଯାଇ ସେମାନଙ୍କୁ ୧କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ। ଏପରିକି ପ୍ରତି ବ୍ଲକ ପାଇଁ ୫୦ଲକ୍ଷ ଟଙ୍କାର ରିଭଲଭିଙ୍ଗ ଫଣ୍ଡ ଯୋଗାଇ ଦିଆଯିବ। ଗୋଷ୍ଠୀ ଜରିଆରେ ପ୍ରତି ପଞ୍ଚାୟତରେ ମାର୍କେଟ କମ୍ପେ୍ଲକ୍ସ ଏବଂ ସ୍ୱତନ୍ତ୍ର କାର୍ଯ୍ୟାଳୟ ଘର ନିର୍ମାଣ କରାଯିବ ବୋଲି କନ୍କ୍ଲେଭରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
Advertisement
ସେହିପରି ଓଡ଼ିଶା ମହିଳା ଉଦ୍ୟୋଗୀ ଓ ଏସ୍ଏଚ୍ଜି ମାନଙ୍କ ସାମଗ୍ରୀକୁ ବିଶ୍ୱ ଦରବାରରେ ପହଁଞ୍ଚାଇବା ପାଇଁ ଇ-କମର୍ସ ବ୍ୟବସ୍ଥା କରାଯିବ। ଏଥିପାଇଁ ଫ୍ଲିପ୍ କାର୍ଟ (Flip Kart) ଭଳି ଇ-କମର୍ସ କମ୍ପାନୀ ସହ ରାଜ୍ୟ ସରକାର ଚୁକ୍ତି ସ୍ୱାକ୍ଷର କରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସେହିପରି ଆଇଏସ୍ବି ମାଧ୍ୟମରେ ୨୦ ଲକ୍ଷ ଏସ୍ଏଚ୍ଜି ସଦସ୍ୟାଙ୍କ ଦ୍ୱାରା ଅଣକାଠ ବନଜାତ ଦ୍ରବ୍ୟର ବ୍ୟବସାୟ, ଏପିସି ମାଧ୍ୟମରେ ୧ ଲକ୍ଷ ଏସ୍ଏଚ୍ଜି ସଦସ୍ୟାଙ୍କ ଦ୍ୱାରା ସାମୂହିକ କୃଷି ଓ ବଜାର ବ୍ୟବସ୍ଥା, ବି ଆଣ୍ଡ ଡବ୍ଲ୍ୟୁଏସ୍ଏସ୍ସି ମାଧ୍ୟମରେ ୧୫ ହଜାର ସ୍ୱୟଂ ସହାୟକ ସଦସ୍ୟାଙ୍କ ଦ୍ୱାରା ସୌନ୍ଦର୍ଯ୍ୟ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା, ଆର୍.ସି.ପି.ଏସ୍.ଡି.ସି. ଜରିଆରେ ୨ ହଜାର ମହିଳା ଗୋଷ୍ଠୀଙ୍କ ଦ୍ୱାରା ଚପଲ ପ୍ରସ୍ତୁତି ଆଦି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ସେହିପରି ପରବର୍ତ୍ତୀ ସମୟରେ ୱାର୍ଲଡ୍ ଫିସ୍ ମାଧ୍ୟମରେ ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା ଆଇ.ଆର୍.ଆର୍.ଆଇ ମାଧ୍ୟମରେ ଚାଉଳର ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ପ୍ରତିଷ୍ଠାନ, ଆଇ.ସି.ଆର୍.ଆଇ.ଏସ୍.ଏ.ଟି. ଜରିଆରେ ଚିନାବାଦାମର ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ କ୍ଷେତ୍ରରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Read Also
- Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ

- Valid Vehicle Insurance Check in Odisha: ଓଡ଼ିଶାରେ ବୈଧ ମୋଟର ଯାନ ବୀମା ଯାଞ୍ଚ କଡ଼ାକଡ଼ି, କଟିବ ଚାଲାଣ

- Odisha Textbook Error: ପାଠ୍ୟପୁସ୍ତକ ତ୍ରୁଟି ନେଇ ସରକାରଙ୍କ କଠୋର ଆଭିମୁଖ୍ୟ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

- 12th International Day of Yoga: ଓଡ଼ିଶାରେ ସପ୍ତାହବ୍ୟାପୀ ଯୋଗ ମହୋତ୍ସବର ଶୁଭାରମ୍ଭ

- Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ




