Home » NTA JEE ମୁଖ୍ୟ ପରୀକ୍ଷା ଫଳାଫଳ ୨୦୨୦ ପ୍ରକାଶିତ

NTA JEE ମୁଖ୍ୟ ପରୀକ୍ଷା ଫଳାଫଳ ୨୦୨୦ ପ୍ରକାଶିତ

odisha results
Share this:

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA ) ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍‌ ୨୦୨୦ ଫଳ ଶୁକ୍ରବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ ୨୪ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ(Percentile ) ନମ୍ବର ରଖିଛନ୍ତି। ୨୪ଜଣ ଟପ୍ପରଙ୍କ ମଧ୍ୟରେ ତେଲଙ୍ଗାନାରୁ ସର୍ବାଧିକ ୮ଜଣ ରହିଥିବାବେଳେ ଦିଲ୍ଲୀ ଓ ରାଜସ୍ଥାନର ୪ଜଣ ଲେଖାଏଁ ଅଛନ୍ତି। ଆନ୍ଧ୍ରପ୍ରଦେଶରେ ତିନିଜଣ, ହରିୟାଣାରେ ଦୁଇଜଣ ଏବଂ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଜଣେ ଶତପ୍ରତିଶତ ମାର୍କ ପାଇଛନ୍ତି।

ମିଳିତ ପ୍ରବେଶିକା ପରୀକ୍ଷା (JEE) ର ମୁଖ୍ୟ ପରୀକ୍ଷା ୧ ରୁ ୬ ସେପ୍ଟେମ୍ବର ମଧ୍ୟରେ ହୋଇଥିଲା। ଆଇଆଇଟି (IIT), ଏନଆଇଟି (NIT) ଏବଂ କେନ୍ଦ୍ର ସରକାରଙ୍କ ଦ୍ଵା ରା ଆର୍ଥିକ ଅନୁଦାନ ପ୍ରାପ୍ତ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଆଡମିଶନ ପାଇଁ ମୋଟ ୮ ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ, ସେଥିମଧ୍ୟରୁ ପ୍ରାୟ ୭୪ ପ୍ରତିଶତ ଏହି ପରୀକ୍ଷା ଦେଇଥିଲେ।

ଜେଇଇ ମୁଖ୍ୟ ପରୀକ୍ଷାର ଫଳାଫଳକୁ ଆଧାର କରି, ୨ ଲକ୍ଷ ୪୫ ହଜାର  ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ (JEE-Advanced) ପରୀକ୍ଷା ଦେଇପାରିବେ। ଚଳିତ ସେପ୍ଟେମ୍ବର ୨୭ ରେ ଜେଇଇ  ଆଡଭାନ୍ସଡ୍ ପରୀକ୍ଷା ଧାର୍ଯ୍ୟ କରାଯାଇଛି।

ସିଟ୍ ବଣ୍ଟନ ପାଇଁ କାଉନସେଲିଂ କାର୍ଯ୍ୟକ୍ରମ ମଧ୍ୟ ମିଳିତ ସିଟ୍ ଆବଣ୍ଟନ ପ୍ରାଧିକରଣ (JoSAA) ଦ୍ୱାରା ଘୋଷଣା କରାଯାଇଛି। ଜେଇଇ ମୁଖ୍ୟ ଫଳାଫଳ ୨୦୨୦ ଏନଟିଏ ଅଫିସିଆଲ୍ ୱେବସାଇଟ୍ https://jeemain.nta.nic.in/   ଛାତ୍ରଛାତ୍ରୀ ଦେଖିପାରିବେ।

Also Read:

ଦେଶର ଭାଗ୍ୟ ଯୁବକମାନଙ୍କ ହାତରେ ଅଛି:ଉପରାଷ୍ଟ୍ରପତି

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ, ସେପ୍ଟେମ୍ବର୨୨ ପର୍ଯ୍ୟନ୍ତ ଜେଲରେ ରହିବେ

Share this: