Home » Weather Report: ତିନିଦିନ ହେବ ପ୍ରବଳ ବର୍ଷା

Weather Report: ତିନିଦିନ ହେବ ପ୍ରବଳ ବର୍ଷା

Weather Report of Odisha
Share this:

ଭୁବନେଶ୍ଵର : ଉତ୍ତର ଆଣ୍ଡାମାନ ସାଗର ଏବଂ ଏହା ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ସୃଷ୍ଟିହୋଇଥିବା ଲଘୁଚାପ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ରହିଛି। ଏହା ଅବପାତ ଏବଂ ପରେ ତୀବ୍ର ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ଏହା ଆନ୍ଧ୍ର ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ତିନିଦିନ ଧରି ବର୍ଷା ଲାଗି ରହିବ। ଫଳରେ ଆଜି ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହି ରି ଆସନ୍ତା ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।

Also Read |LAC: ଚୀନ ଭାରତ ସୀମାରେ ୬୦ହଜାର ସୈନ୍ୟ ନିୟୋଜିତ କରିଛି: ଆମେରିକା ବୈଦେଶିକ ସଚିବ

Share this:

Leave a Reply

Your email address will not be published. Required fields are marked *