Home » Odisha Weather Report: ତାପମାତ୍ରା କମୁଛି, ଉପକୂଳ ଓଡ଼ିଶାରେ ହୋଇପାରେ ବର୍ଷା

Odisha Weather Report: ତାପମାତ୍ରା କମୁଛି, ଉପକୂଳ ଓଡ଼ିଶାରେ ହୋଇପାରେ ବର୍ଷା

Weather Report of Odisha
Share this:

ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ବିଦାୟ ନେବା ପରେ ପାଣିପାଗରେ ପରିବର୍ତ୍ତନ ଦେଖା ଦେଇଛି। ଧୀରେ ଧୀରେ ସର୍ବନିମ୍ନତାପମାତ୍ରା ହ୍ରାସ ପାଇବା ଆରମ୍ଭ କରିଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱଭାବିକ ଠାରୁ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ।

ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଆସନ୍ତା ପହିଲାରୁ ଉତ୍ତର ଓଡ଼ିଶା ଉପକୂଳ, ମୟୂରଭଞ୍ଜ ଏବଂ ଉପକୂଳ ଓଡ଼ିଶା ଓ କନ୍ଧମାଳର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


ଉତ୍ତର ପଶ୍ଚିମ ଦିଗରୁ ପବନ ବହିବା ଆରମ୍ଭ ହେଲେ ରାଜ୍ୟରେ ଧୀରେଧୀରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Also Read | LPG GAS: ନଭେମ୍ବର ୧ ରୁ ଏଲପିଜି ସିଲିଣ୍ଡର ବିତରଣ ନିୟମ ପରିବର୍ତ୍ତନ; ବୁକିଂ ଉପରେ ୫୦ ଟଙ୍କା କ୍ୟାସବ୍ୟାକ୍ ପାଇବେ

Share this:

Leave a Reply

Your email address will not be published. Required fields are marked *