Home » Puri News: ଏଥର ହବିଷ୍ୟାଳିଙ୍କୁ ପୁରୀ ମନା

Puri News: ଏଥର ହବିଷ୍ୟାଳିଙ୍କୁ ପୁରୀ ମନା

puri_baisiali
Share this:

ପୁରୀ: ମହାମାରୀ କରୋନା (Corona Virus) ସଂକ୍ରମଣ ଆଶଂକା ଥିବାରୁ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ (Kartika Habisiali Brata) ପାଳନ ପାଇଁ ଚଳିତ ବର୍ଷ ପୁରୀ (Puri) ନଆସିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସରକାର (Odisha Government) ଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ପୁରୀରେ ଖୋଲା ଯାଉଥିବା ହବିଷ୍ୟାଳି ଶିବିରକୁ ଚଳିତ ବର୍ଷ ବନ୍ଦ କରାଯାଇଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ କହିଛନ୍ତି। ହବିଷ ବ୍ରତ ପାଳନ କରିବାକୁ ପୁରୀ ଆସୁଥିବା ଅଧିକାଂଶ ହବିଷ୍ୟାଳି ବରିଷ୍ଠ ନାଗରିକ ହୋଇଥିବାରୁ ବର୍ତ୍ତମାନ ପରିସ୍ଥିତିରେ ଘରେ ରହି ବ୍ରତ ପାଳନ କରିବା ସେମାନଙ୍କ ପାଇଁ ଅଧିକ ନିରାପଦ ହେବ ବୋଲି ସେ କହିଛନ୍ତି। କରୋନା କଟକଣା ପାଇଁ ପୁରୀ ପ୍ରଶାସନ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା କରିନାହାନ୍ତି।

Also Read |Corona Vaccine: ଓଡ଼ିଶାରେ କରୋନା ଟୀକା ଡାଟାବେସ୍ ଚାଲିଛି ପ୍ରସ୍ତୁତି, କେବଳ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ଲକ୍ଷେ ପାର

Share this: